ବହଳଦା,୦୮.୦୨.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):-ବହଳଦା ତହସିଲ ଅନ୍ତର୍ଗତ ଗିଦିଘାଟୀ ପଞ୍ଚାୟତ ଅଞ୍ଚଳରୁ ବେଆଇନ୍ ଭାବେ ପଥର ଚାଲାଣ ହେଉଥିବା ବେଳେ ଗିଦିଘାଟୀ ରାଜସ୍ବ ନିରୀକ୍ଷକ ଚଢ଼ଉ କରି ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଛନ୍ତି ।ଏଥିସହ ୧୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗିଦିପାଟୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଗିଦିପାଟୀ ପଞ୍ଚାୟତ ଅଧିକାରୀଙ୍କ ନିମନ୍ତେ ଏକ ଷ୍ଟାଫ କ୍ୟାଟର୍ସ ଗୃହ ନିର୍ମାଣ କରାଯିବାକୁ ନେଇ ଗାତ ଖୋଳା ଚାଲିଛି । ଏହି ଗାତ ଖୋଳା ଯିବାବେଳେ ବାହାରିଥିବା ପଥର ‘ସବୁ: ଷ୍ଟାଫ୍ କ୍ୟାଟର୍ସ ଗୃହ ନିର୍ମାଣରେବ୍ୟବହାର କରା ଯିବାକୁ ନେଇ ତହସିଲ କାର୍ଯ୍ୟାଳୟରୁ ଅନୁମତି ନିଆ ଯାଇଥିବା ବେଳେ ଗୃହ ନିର୍ମାଣ ପରେ ବଳକା ପଥର ଗୁଡିକର ତହସିଲ କାର୍ଯ୍ୟାଳୟ ପକ୍ଷରୁ ନିଲାମ କରାଯିବାର ଯୋଜନା ରହିଛି !ତେବେ ସମ୍ପୃକ୍ତ ଠିକାଦାର ପଥର କଟାଳିଙ୍କ ଦ୍ବାରା ପଥର କାଟି ବେଆଇନ୍ ଭାବେ ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଅଡ଼ୁଆଳରେ ଅନ୍ୟତ୍ର ବିକ୍ରି କରୁଥିଲେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲିବା ସମୟ ପୂର୍ବରୁ ରୀତିମତ ପଥର ଚଲାଣ ହେଉଥିବାବେଳେ ଆଜି ରବିବାର ଛୁଟି ଦିନର ସୁଯୋଗ ନେଇ ପଥର – ଚାଲାଣ ଚାଲିଥିଲା କୌଣସି ସୂତ୍ରରୁ ଖବର ପାଇ ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇଙ୍କ ନିର୍ଦ୍ଦେଶ କ୍ରମେ ଗିଦିଘାଟୀ ରାଜସ୍ୱ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ସି ଚଢ଼ଉ କରିବାକୁ ପହଞ୍ଚି ଥିଲେ ।ବହଳଦା ଝରାଡିହି ମୁଖ୍ୟ ରାସ୍ତାର ପାଇଲାକୁଦା ଗ୍ରାମ ନିକଟରେ ଉକ୍ତ ପଥର ବୋଝେଇ ଟ୍ରାକ୍ଟରକୁ ଅଟକାଇ ଜବତ କରିବା ସହ ଉକ୍ତ ପଥର ବୋଝେଇ ଟ୍ରାକ୍ଟରକୁ ବହଳଦା ଥାନାରେ ଅଟକ ରଖୁଛନ୍ତି ।ଅଟକ ଥିବା (ଓଡି୧୧ଏ ୩୧୩୭) ଟ୍ରାକ୍ଟରଟି ଗୟଳକଟା ଗ୍ରାମର ଦେବଦତ୍ତ ରାଉତଙ୍କ ହୋଇଥିବା ଜଣା ପଡ଼ିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ତାହା ବହଳଦା ଥାନାରେ ଅଟକ ରହିଥିଲା ।
ରାଜସ୍ବ ନିରୀକ୍ଷକ ଚଢ଼ଉ ବେଳେ ପଥର ଚାଲାଣ ଟ୍ରାକ୍ଟର ଜବତ
|
February 8, 2021 |