ରାଜସ୍ଥାନ : ୧୭ ଡିସେମ୍ବରରେ ଶପଥ ଗ୍ରହଣ ସମାରୋହ – ଗେହୋଲତ ଏବଂ ପାଇଲଟ ନେବେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦର ଶପଥ

Spread the love

ନୂଆଦିଲ୍ଲୀ ୧୫/୧୨(ସନ୍ଧାନ ନିୟୁଜ) : ରାଜସ୍ଥାନରେ କିଏ ହେବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଦେଖାଦେଇଥିଲା। ଏଥିରେ ବିରାମ ଲଗାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧୀ। ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜସ୍ଥାନରେ ଦୁଇଜଣ ଆଶାୟୀ ପ୍ରାର୍ଥୀଥିଲେ। ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲୋତ ବୋଇଥିବା ବେଳେ, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ ଥିଲେ। କେବଳ ସେତିକି ନୁହେଁ ସବୁଠାରୁ ଗୁରୁତ୍ତୱପୂର୍ଣ୍ଣ କଥା ହେଉଛି ଉଭୟ ନେତାଙ୍କ ସମର୍ଥନରେ ଅନେକ କାର୍ଯ୍ୟକର୍ତ୍ତା ନାରା ଲଗାଇବା ପାଇଁ ଭିଡ଼ ଉଭୟ ଜୟପୁର ଏବଂ ଦିଲ୍ଲୀରେ ଜମାଇଥିଲେ। ସମସ୍ତେ ଚାହୁଁଥିଲେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ। ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷଙ୍କର ଚିନ୍ତା ବଢ଼ିଯାଇଥିଲା। ସେଥିପାଇଁ କଂଗ୍ରେସ ହାଇକମାଣ୍ଡ ଦୁଇ ଜଣ ନେତାଙ୍କୁ ଦିଲ୍ଲୀ ଡକାଇଥିଲେ ଏବଂ ଉଭୟ ସଚିନ ଏବଂ ଅଶୋକ ଦିଲ୍ଲୀ ପହଞ୍ଚିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟ କଂଗ୍ରେସର ବରିଷ୍ଠନେତା ପ୍ରଭାରୀ ଏବଂ ବିଧାୟକମାନଙ୍କ ସହିତ ଆଲୋଚନା କରିଥିଲେ। ଅନେକ ଥର ବୈଠକ ଏବଂ ଆଲୋଚନା ସହିତ ଉଭୟନେତାଙ୍କ ସହ ସାକ୍ଷାତ କରି କଂଗ୍ରେସ ଅଧ୍ୟକ୍ଷ ଶେଷରେ ଅଶୋକ ଗେହେଲୋତଙ୍କର ନାମକୁ ମୁଖ୍ୟମନ୍ତ୍ରୀ ଏବଂ ସଚିନ ପାଇଲଟ ଊପମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତି ନଇଥିଲେ। ରାଜସ୍ଥାନରେ ଅଭିଜ୍ଞ ଅଶୋକ ଗେହଲୋତ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଥିଲେ। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାର ନିଷ୍ପତି ହାଇକମାଣ୍ଡ ନେବେ ବୋଲି ନିଷ୍ପତି ନିଆଯାଇଥିଲା। ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଯାଇଥିଲା ଅଙ୍କକଷା। ଦୁଇଦିନ ଧରି ଅନେକ ଥର ବସିଥିବା କଂଗ୍ରେସର ବୈଠକରେ ବିଧାୟକମାନେ ସେମାନଙ୍କର ନେତା ଚୟନ କରି ଲିଖିତ ରାୟ ପ୍ରଦାନ କରିଥିଲେ। ତେବେ କଂଗ୍ରେସ ବିଧାୟକ ଦଳ ବୈଠକରେ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତି ନେବେ ପ୍ରସ୍ତାବ ଆଣିଥିଲେ ଅଶୋକ ଗେହଲୋତ। ହାଇକମାଣ୍ଡ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବାଛିବେ ବୋଲି କୁହାଯାଇଥିଲା। ତେବେ ଏହି ଦ୍ୱନ୍ଦ୍ୱର ଅନ୍ତ ହୋଇ ଅଶୋକ ଗେହେଲୋତ ମୁଖ୍ୟମନ୍ତ୍ରୀ ଏବଂ ସଚିନ୍ ପାଇଲଟ ଉପ ମୁଖ୍ୟମନ୍ତ୍ରୀ ହୋବେ ବୋଲି କଂଗ୍ରସ ପକ୍ଷରୁ ରାଜସ୍ଥାନ ପର୍ଯ୍ୟବେକ୍ଷକ ଘୋଷଣା କରିଥିଲେ।

ସୂଚନାଯୋଗ୍ୟଯେ, ଅଶୋକ ଗେହେଲୋତ ପୂର୍ବରୁ ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜାତୀୟ ରାଜନୀତିରେ ତାଙ୍କର ମଧ୍ୟ ବେଶ୍ ଦଖଲ ଅଛି। ଏହା ବ୍ୟତୀତ ସେ ଦୁଇଥର କେନ୍ଦ୍ର ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ରାଜସ୍ଥାନରେ ଏକକ ସଂଖ୍ୟା ଗରିଷ୍ଠତା ହେବା ସତ୍ତ୍ୱେ ମ୍ୟାଜିକ୍ ନମ୍ବର ଛୁଇଁପାରିନଥିଲା କଂଗ୍ରେସ। ଏହି ଦଳ ୯୯ଟି ଆସନ ଅକ୍ତିଆର କରିଛି। ସ୍ପଷ୍ଟ ବହୁମତ ପାଇଁ କଂଗ୍ରେସ ଆଉ ଦୁଇଟି ଆସନ ଦରକାର କରୁଥିଲା। ସମର୍ଥନ ପାଇଁ ବିଏସ୍‌ପିର ସଂକେତ ପରେ କଂଗ୍ରେସ ସରକାର ଗଠନ କରିବାପାଇଁ ଅଣ୍ଟାଭିଡ଼ିଥିଲା। ଅପରପଟେ ସଚିନ ପାଇଲଟ ରାଜସ୍ଥାନର କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି।

ଓଡ଼ିଆ ପୁଅ

Related Posts

About The Author

Add Comment