ଯାଜପୁର, ୧୪/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଅଲାଡ଼ି ସାହୀରେ ଜଣେ ଯୁବକ ବାଇକରେ ସାଙ୍ଗ ସହିତ ଯାଉଥିବା ବେଳେ, କୌଣସି ଘଟଣାକୁ ନେଇ ଦଳିତ ସାହୀର ଲୋକମାନେ ଅକ୍ଷୟ ଓଝାଙ୍କ ପୁଅ ଅଜିତ କୁମାର ଓଝା(ମୁନା) ତାଙ୍କ ସାଙ୍ଗ ରୁପକ ନାୟକଙ୍କ ସହିତ ବାଇକରେ ଖେଳିବାକୁ ପଡ଼ିଆକୁ ଯାଉଥିବା ବେଳେ, ଦଳୀତ ସାହିର କିଛି ଲୋକ କୌଣସି କଥାକୁ ନେଇ ବନ୍ଧଡିହ ହାଇସ୍କୁଲ ନିକଟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅଜିତ ଓଝାଙ୍କର ବାମହାତ ଭାଙ୍ଗିଯିବା ସହିତ ଗୁରୁତର ଆହତ ହୋଇଥିଲେ । ଅଜିତଙ୍କୁ ପରିବାର ଲୋକମାନେ ସରକାରୀ ଡାକ୍ତରଖାନାକୁ ନେଇଯାଇଥିବା ବେଳେ, ଅଜିତର ବାପା ଅକ୍ଷୟ ଓଝା ବ୍ରହ୍ମବରଦା ଫାଣ୍ଡିରେ ଏତଲା କରିଥିଲେ । କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଜିତର ପରିବାର ଲୋକମାନେ ଧର୍ମଶାଳା ଆଇଆଇସି ରାକେଶ ତ୍ରୀପାଠୀଙ୍କୁ ଭେଟି ଧର୍ମଶାଳା ଥାନରେ ଏତଲା କରିଥିବା ଜଣାଯାଇଚି । ଆକ୍ରମଣ କରିଥିବା ବ୍ୟକ୍ତିମାନେ ହେଲେ ପ୍ରକାଶ ମଲିକ ପିତା- ଧୋଇନ ମଲିକ, ଦୁସ୍ମନ୍ତ ମଲିକ ପିତା- ସାନ୍ତନୁ ମଲିକ, କାଳନ୍ଦି ମଲିକ ପିତା- ରଙ୍କ ମଲିକ ଏହି ଦଳିତ ଲୋକମାନେ ଅଜିତକୁ ଗାଳିଗୁଲଜ କରିବା ସହିତ ଜିବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ମୋ ଜିବନ ପ୍ରତି ବିପଦ ଥିବାରୁ ମୁଁ ବ୍ରହ୍ମବରଦା ଫାଣ୍ଡିରେ ଏତଲା କରିଥିଲି । କୌଣସି କାର୍ଯ୍ୟନୁଷ୍ଟାନ କରାନଯିବାରୁ ମୁଁ ମୋ ପରିବାର ଧର୍ମଶାଳା ଥାନାରେ ଅଭିଯୋଗ କରିଅଛୁ । ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର ତୁରନ୍ତ କାର୍ଯ୍ୟାନୁଷ୍ଟାନ ନେବାଲାଗି ତାଙ୍କ ପରିବାର ଦାବି କରିଛନ୍ତି ।
ରାଜନୈତିକ ଘଟଣାକୁ ନେଇ ଯୁବକକୁ ଆକ୍ରମଣ
|
March 14, 2022 |