ଭୁଵନେଶ୍ଵର:, (ସନ୍ଧାନ ନିଉଜ) ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଆକ୍ରମଣ । ଏଭଳି ଅଘଟଣ ରାଜଧାନୀ ଭୁବନେଶ୍ୱରର ଲଷ୍ମୀ ସାଗର ଅଂଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, କ୍ୟାପିଟାଲ ଆଇନ କଲେଜର ଜଣେ ଛାତ୍ରୀଙ୍କ ଉପରେ ତାଙ୍କ ଘର ନିକଟରେ ରହୁଥିବା ଜଣେ ବ୍ୟକ୍ତି ଘରେ କେହି ନଥିବା ବେଳେ ଅତର୍କିତ ଭାବେ ଆକ୍ରମଣ କରିଛନ୍ତି। ଯୁବତୀଙ୍କ କହିବା ଅନୁସାରେ ବ୍ୟକ୍ତି ଜଣକ ପ୍ରଚୁର ମଦ୍ୟପାନ କରିବା ସହ ତାଙ୍କୁ ମାଡ଼ ମାରିଥିଲେ। କେବଳ ଖାଲି ସେହି ଯୁବତୀ ନୁହଁନ୍ତି ତାଙ୍କ ଘର ନିକଟରେ ଥିବା ଆଉ ଏକ ପରିବାରର ତିନି ଜଣଙ୍କ ଉପରେ ଉକ୍ତ ମଦ୍ୟପ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ପ୍ରକାଶ ରାଉତ ଏବଂ ତାଙ୍କ ବଡ଼ ଭାଇ ରାମ ରାଉତ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ପ୍ରକାଶକୁ ଉଷୁକଉଥିବା ଅଭିଯୋଗ ହୋଇଛି । ଘଟଣା ପରେ ଉଭୟ ଫେରାର ହୋଇଯାଇଛନ୍ତି। ଅଭିଯୋଗ ପରେ ଲକ୍ଷ୍ମୀ ସାଗର ଥାନା ପୋଲିସ ତଦନ୍ତ ଜାରି ରଖିଛି।
ରାଜଧାନୀ ଭୁବନେଶ୍ୱରର ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଆକ୍ରମଣ
|
March 29, 2021 |