ରାଜଧାନୀ ଛାତି ଉପରେ ‘ଅଢେଇ ବର୍ଷ ହେଲା ଦରମା ପାଇନି, ମୋତେ ଟଙ୍କାଟେ ଦିଅନ୍ତୁ’

Spread the love

ଭୁବନେଶ୍ୱର: ୨୭/୦୨ (ସନ୍ଧାନ ନିୟୁଜ) “ଅଢେଇ ବର୍ଷ ହେଲା ଦରମା ନ ପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛି। ଘର ଚଳାଇବା ପାଇଁ ଟଙ୍କା ନାହିଁ। ମୋତେ ଗୋଟିଏ ଟଙ୍କାଟେ ଦିଅନ୍ତି।” ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟିବା ପରେ ଏପରି ଭାବେ ରାଜଧାନୀ ରାଜରାସ୍ତାରେ ନ୍ୟାୟ ଭିକ୍ଷା କରୁଛନ୍ତି ଜଣେ ଶିକ୍ଷୟିତ୍ରୀ । ଶିକ୍ଷୟିତ୍ରୀଜଣକ  ଅନୁଗୁଳର ଏକ ମ୍ୟୁନିସିପାଲିଟି ସ୍କୁଲର ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ ବୋଲି ଜଣାଯାଇଛି। ୩୩ ବର୍ଷ ଚାକିରି କାଳ ମଧ୍ୟରେ ୧୯ଥର ବଦଳି ହୋଇଥିବା ବେଳେ ୩ ଥର ସସ୍ପେଣ୍ଡ ହୋଇଥିବା କ୍ଷୋଭର ସହ କହିଛନ୍ତି ଶିକ୍ଷୟିତ୍ରୀଜଣକ।

ଆଜି ରାଜଧାନୀର ରାଜରାସ୍ତାରେ ଏପରି ଅଭିନବ ଢଙ୍ଗରେ ଶିକ୍ଷୟିତ୍ରୀଜଣକ ଚଳିବା ପାଇଁ ଟଙ୍କା ମାଗୁଥିବା ବେଳେ ଜଣେ ଯୁବତୀଙ୍କ ନଜରକୁ ଆସିଥିଲେ । ଅତ୍ୟଧିକ ଖରା ଯୋଗୁ ଶିକ୍ଷୟିତ୍ରୀଜଣକ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି।ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୮ ମସିହା ନଭେମ୍ବର ମାସରେ ଦାବି ପୂରଣ ନେଇ ନବୀନ ନିବାସ ଆଗରେ  ବସିଥିଲେ । ହେଲେ ପୁଲିସ୍‌ ସେଠାରୁ ତାଙ୍କୁ ତଡିଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ୍‌, ମାନବାଧିକାର କମିଶନ, ମହିଳା କମିଶନ ଦ୍ୱାରସ୍ଥ ହୋଇ ବି ନ୍ୟାୟ ପାଇପାରୁ ନାହାନ୍ତି। ଆଉ ଅଳ୍ପ ଦିନରେ ତାଙ୍କର ଚାକିରି କାଳ ଶେଷ ହେବାକୁ ବସିଥିବା ବେଳେ ତାଙ୍କ ପାଉଣା ଦିଆଯାଉ ନ ଥିବାରୁ ବହୁ କଷ୍ଟରେ ରୋଗାକ୍ରାନ୍ତ ହୋଇ ଜୀବନ କାଟୁଛନ୍ତି। ଘର ଚଳାଇବାକୁ ଟଙ୍କା ନ ଥିବା ବେଳେ ମେଡିସିନ ଖାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି। Report- K Pradhan

Related Posts

About The Author

Add Comment