ଭଦ୍ରକ, ୦୬/୦୮/୨୦ (ସନ୍ଧାନ ନିଉଜ) : ସେହିଭଳି ଅନ୍ୟ ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଗୋବିନ୍ଦ ପୁର ପଞ୍ଚାୟତ ପଇତିପୁର ଗାଁରେ । ଚାଷୀ ଆନନ୍ଦ ଦାସ ନିଜ ଧାନ ବିଲରେ କାମ କରୁଥିବା ବେଳେ ଅକସ୍ମାତ ମେଘ ଘୋଟି ଆସିବା ସହ ବଜ୍ରପାତ ହେଲା । ସେଠାରେ ସେ ଟଳି ପଡିଥିଲେ ତାଙ୍କୁ ତିହିଡ଼ି ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଚାନ୍ଦବାଲି ବ୍ଲକରେ ବି ଘଟିଛି ସମାନ ଘଟଣା । ଚାନ୍ଦବାଲି ଏନ୍ ଏସି ଅର୍ଷ ଗତ ମଠସାହି ଗ୍ରାମରେ ମଥୁରି ଦାସ ନାମକ ଜଣେ ଚାଷୀ ବିଲରେ ଧାନ ରୋଉଥିବା ବେଳେ ବଜ୍ରପାତ ହେଲା ସେ କାଦୁଆ ବିଲରେ ଟଳି ପଡିଥିଲେ । ତାଙ୍କୁ ଚାନ୍ଦବାଲି ମେଡିକାଲକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହି ପରି ସ୍ଥାନୀୟ ରାଜକନିକା ଅଞ୍ଚଳର ଓଳାବର ଗାଁରୁ ରମାକାନ୍ତ ବେଜ୍ କାଠ ଆଣିବା ।ପାଇଁ ଚାନ୍ଦବାଲି ଶାସ୍ତ୍ରୀଘାଟକୁ ଆସିଥିଲେ । କାଠ ଦୋକାନ ପାଖରେ ଛିଡା ହୋଇଥିବା ବେଳେ ବଜ୍ରପାତ ହେବାରୁ ବୈତରଣୀ କୂଳ ଚାନ୍ଦବାଲି ଶାସ୍ତ୍ରୀଘାଟ ରାସ୍ତାରେ ସେ ଟଳି ପଡିଥିଲେ । ତୁରନ୍ତ ଲୋକେ ଚାନ୍ଦବାଲି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ଡାକ୍ତରଖାନାକୁ ଆଣି ଅପମୃତ୍ୟୁ ମାମଲା ରୁଜୁ କରିଛି ।
ସେହିଭଳି, ଖନ୍ତାପଡ଼ା ଥାନା ବାରୁଣ ସିଂ ମଣ୍ଡଗାଁରେ ଘଟଣା ଅତି ଦୁଃଖ ଦାୟକ ହୋଇଛି । ରାକ୍ଷୀ ବାନ୍ଧି ସାରି ଖେଳୁଥିବା ବେଳେ ଭାଇ ଭଉଣୀ ଆଖି ବୁଜିଛନ୍ତି । ସେମାନେ ହେଲେ ଭାସ୍କର ବେହେରାଙ୍କ ଝିଅ ଆଶା (୧୨) ଓ ନିରଞ୍ଜନ ଦଳେଇଙ୍କ ପୁଅ ଶୁଶାନ୍ତ (୧୫) । ସମ୍ପର୍କୀୟ ଭାଇ ଭଉଣୀ ଆଶା-ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଆସିଥିଲେ । ରାକ୍ଷୀ ବାନ୍ଧି ଘର ବାରଣ୍ଡାରେ ବସିଥିଲେ । ବଜ୍ରପାତ ହେବାରୁ ଦୁଇ ଜଣ ଟଳି ପଡ଼ିଥିଲେ । ବଡ଼ ଭଉଣୀ ନବମ ଶ୍ରେଣୀ ଓ ସାନ ଭାଇ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ସେହିଭଳି ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଭଉଣୀ ରଙ୍ଗଲତା ଓ ତାଙ୍କ ସ୍ଵାମୀ ବିଜୟ ପ୍ରଧାନ(୨୨) ମାଳ ଗାଁରୁ ଆସିଥିଲେ । ସେମାନେ ବଜ୍ରପାତ ଆଘାତରେ ଗୁରୁତର ହୋଇଛନ୍ତି । ସମସ୍ତ ୪ ଜଣଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ସୁଶାନ୍ତ ଓ ଆଶାଙ୍କୁ ମୃତ ଘୋଷଣା କରିଛନ୍ତି । ବିଜୟ ଓ ପତ୍ନୀ ରଙ୍ଗଲତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାଲେଶ୍ବର ମେଡିକାଲକୁ ନିଆଯାଇଛି। ନୀଳଗିରି ଅଞ୍ଚଳର ମୃତ ଚାଷୀ ନିତ୍ୟାନନ୍ଦ ନବ ନିର୍ମାଣ କୃଷକ ସଂଘର ସଦସ୍ୟ ଥିଲେ । ବରମପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ । କରି ବ୍ୟବଚ୍ଛେଦ ଲାଗି ପଠାଇଛି ଖବରପାଇ ନୀଳଗିରି ଛାତ୍ର ବିଜୁ ଜନତା ଦଳର ସଭାପତି ଫ୍ରାନ୍ସିସ ବେକନ ସ, ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୋଜକ ରାଉତ, ସଦସ୍ୟ ପୁରୁଷାଭମ ସାହୁ, ହୁଦୟ ବେହେରା, ରଘୁ ରାମ, ପ୍ରଦୀପ ଭୂୟୀ ପ୍ରମୁଖ ଡାକ୍ତର ଖାନାରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି । ଚାଷୀଙ୍କ ପର୍ବ ତଥା ବଳଦେବଙ୍କ ଜନ୍ମତିଥିରେ ଚାଷୀଙ୍କ ଏଭଳି ମୃତ୍ୟୁ ନେଇ
ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରାକ୍ଷୀ ବାନ୍ଧି ଆଖି ବୁଜିଲେ ଭାଇ-ଭଉଣୀ
|
August 6, 2020 |



