
ରାଉରକେଲା, ୧୫/୦୮/୨୦ (ସନ୍ଧାନ ନିଉଜ) : ରାଉରକେଲାରେ ଚଳିତ ବର୍ଷର ୭୪ତମ ସ୍ୱାଧୀନତା ଦିବସ କରୋନା ମହାମାରୀ ଯୋଗୁ ସମୂର୍ଣ୍ଣ ଭାବେ ଫିକା ପଡ଼ି ଯାଇଥିଲା । ପ୍ରତିବର୍ଷ ପରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସାମାଜିକ ଓ ସାଂସୃତିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ୱାଧାନତା ଦିବସ ନିରାଡମ୍ବର ଭାବେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ କରାଯାଇ ଜାତୀୟ ପତାକା ଉତୋଳନ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଉରକେଲାର ଉଦିତନଗର ପ୍ୟାରେଡ଼ ପଡ଼ିଆ,ସେକ୍ଟର-୬ ଇସ୍ପାତ ଷ୍ଟାଡ଼ିୟମ ଓ ସେକ୍ଟର-୨୨ ସ୍ଥିତ ମିନି ଷ୍ଟାଡ଼ିୟମରେ ସମବେତ ପ୍ୟାରେଡ଼ ଚଳିତ ବର୍ଷ ସ୍ଥଗିତ ରଖାଯାଇଥିଲା । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରଶାସନିକ ଭବନ ସାତ ତାଲାରେ ସିଇଓ ଦୀପକ ଚଟ୍ଟରାଜ ଜାତୀୟ ପତାକା ଉତୋଳନ କରିଥିବା ବେଳେ, ରାଉରକେଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦିତନଗର ପଡ଼ିଆରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା । ଅପରପକ୍ଷରେ ସାମୁହିକ ଭାବେ ଦକ୍ଷିଣ ରାଉରକେଲାର କୌଣସି ସର୍ବସାଧାରଣ ସ୍ଥାନ ଯେପରି ପଡ଼ିଆ ଓ ଷ୍ଟାଡ଼ିୟମରେ ସ୍ୱାଧୀନତା ଦିବସରେ ପ୍ୟାରେଡ଼ ଅଭିବାଦନକୁ ପ୍ରଶାସନ ପକ୍ଷରୁ ସ୍ଥଗିତ କରାଯାଇଥିଲା କରୋନା ମହାମାରୀ ଯୋଗୁ ପ୍ୟାରେଡ ନହେବା କାରଣରୁ ରାଉରକେଲିଆଙ୍କ ମନ ଫିକା ପଡ଼ିଯାଇଛି ।



