ରାଉରକେଲା: ଶିକ୍ଷାନୁଷ୍ଠାନ, ବ୍ୟବସାୟୀକ ପ୍ରତିଷ୍ଠାନରେ ଗଜାନନଙ୍କ ଆରାଧନା

Spread the love

ରାଉରକେଲା, ୩/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ରାଉରକେଲା ସମେତ ସାରନଗରୀରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ମହାସମାରୋହରେ ପାଳନ କରାଯାଇଥିଲା । ଛୋଟ ପେଣ୍ଡାଲ ଠାରୁ ଆରମ୍ଭ କରି ବଡ଼ ପୂଜା ପେଣ୍ଡାଲରେ ଗଣେଶ ପୂଜାରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ତଥା ବ୍ୟବସାୟୀକ ପ୍ରତିଷ୍ଠାନର କମକର୍ତା ନିଜକୁ ସାମିଲ କରିଥିଲେ । ଦକ୍ଷିଣ ରାଉରକେଲାରେ ୨୦ରୁ ଉର୍ଦ୍ଧ ପେଣ୍ଡାଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ସାରନଗରୀର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଆଦର୍ଶ ବିଦ୍ୟା ମନ୍ଦିର, ଫକୀର ମୋହନ ବିଦ୍ୟାପୀଠ, ସୋନାପର୍ବତ ଉଚ୍ଚ ବିଦ୍ୟାଳୟ, ବିର୍ସାମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ, ଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟଙ୍କ ସମେତ ଅନ୍ୟ ବିଦ୍ୟାଳୟ ଓ ଦକ୍ଷିଣ ରାଉରକେଲାର ୨ଟି କଲେଜ ଗାନ୍ଧୀ କଲେଜ ଓ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଗଣପତିଙ୍କ ପୂଜାର୍ଚ୍ଚନା କରିଥିଲେ । ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଲମ୍ବୋଦରଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ପୂଜା ପେଣ୍ଡାଲ ଗୁଡ଼ିକ ଆଲୋକମାଳାରେ ଝଲସୁଥିବା ବେଳେ, ପୂଜା ପେଣ୍ଡାଲରେ ଶ୍ରଦ୍ଧାଳୁ ମାନଙ୍କ ଜନସମାଗମ ହୋଇଥିଲା । ସେହିପରି ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଲମ୍ବୋଦରଙ୍କ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରି ପୁଷ୍ପାଜଂଳୀ ଦେଇ ପ୍ରଭୁ ଗଣେଶଙ୍କ ଆଶିଷ ଭିକ୍ଷା କରିଥିଲେ । ର୍ପୂବାହ୍ନ ପ୍ରାୟ ୧୦ଟାରେ ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଗଣେଶ ପୂଜାରେ ବିଦ୍ୟା ଷ୍ଟଡ଼ି ପଏଂଟର ନିଦେ୍ର୍ଦଶକ ସରୋଜ କୁମାର ବେହେରା, ଚନ୍ଦ୍ରଶେଖର ମୁନ୍ନୀ, ଶିକ୍ଷକ ସୁନୀଲ ସାମଲଙ୍କ ସମେତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର ସଦସ୍ୟବୃନ୍ଦ, ଅଂଚଳର ସମାଜସେବୀ, ସାମାଜିକ କର୍ମୀ, ବୁଦ୍ଧିଜିବୀ, ସ୍ୱେଚ୍ଛାସେବୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରିଥିଲେ ।

Related Posts

About The Author

Add Comment