ରାଉରକେଲା ରିଟେଲର ସଂଘର ପ୍ରତିବାଦ

Spread the love
ରାଉରକେଲା, ୧୪/୦୩ (ସନ୍ଧାନ ନିୟୁଜ): ରିଟେଲର ସଂଘର ପ୍ରତିବାଦ । ରାଉରକେଲା ସହରରେ ଥିବା ରିଟେଲର ଗୃହକୁ ସରକାର ବନ୍ଦ ନ କରିବା ଦାବିରେ ରାଉରକେଲା ରିଟେଲର ସଂଘ ପକ୍ଷରୁ ବିରୋଧ କରାଯାଇଛି । ଏହାକୁ ନେଇ ବହୁସଂଖ୍ୟାରେ ରିଟେଲର ସଂଘର ଲୋକେ ଉପ ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି । ରାଉରକେଲା ସହରରେ ଥିବା 173 ସରକାରୀ ଷ୍ଟଲ ମଧ୍ୟରୁ 76ଟି ବନ୍ଦ କରିବା ପାଇଁ ସରକାରୀ ନିଷ୍ପତ୍ତିକୁ ବିରୋଧ କରିଛି ରାଉରକେଲା ରିଟେଲର ସଂଘ । ସରକାର ରିଟେଲର ଦୋକାନ ଗୁଡିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ସଞ୍ଚାଳନ ଦାୟିତ୍ବ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏହି ଦୋକାନ ଗୁଡିକ ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି ବୋଲି ରିଟେଲର ସଂଘ ପକ୍ଷରୁ ଅଭିଯୋଗ କରିଛନ୍ତି ।ସରକାରଙ୍କ ଏକତରଫା ନିଷ୍ପତ୍ତିକୁ ସଂଘ ପ୍ରତିବାଦ କରିବା ସହିତ ନିଷ୍ପତ୍ତି ଉପରେ ପୁନଃ ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment