ରାଉରକେଲା ବି ଦେଖିବାକୁ ମିଳିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି
ରାଉରକେଲା ବି ଦେଖିବାକୁ ମିଳିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି
Manas Kumar Rout |
February 6, 2020 |
ରାଉରକେଲା ୦୬/୦୨ (ସନ୍ଧାନ ନିୟୁଜ) : ପଶ୍ଚିମ ଓଡିଶା ବନ୍ଦର ପ୍ରଭାବ ଷ୍ଟିଲ ସିଟିରେ ଦେଖିବାକୁ ମିଳିଥିଲା । ସୁନ୍ଦରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯିବା ଦ୍ବାରା ସହରରେ ସମ୍ପୂର୍ଣ୍ଣ ଠପ ହୋଇପଡିଥିଲା ଯାତାୟତ ସେବା । ଏହା ସହ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ବଣାଇ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ରାଜଗାଙ୍ଗପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବାବେଳେ, ଜିଲ୍ଲାର ବସ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ବହୁ ଯାତ୍ରୀ ହଇରାଣ ହରକତର ସାମ୍ନା କରିଥିଲେ ।
Related Posts
About The Author