ରାଉରକେଲା : ଘରେ ପହଞ୍ଚିବ ରାଶନ ଓ ଔଷଧ

Spread the love
ରାଉରକେଲା,  ୨୮/୦୩ (ସନ୍ଧାନ ନିୟୁଜ): ସୁନ୍ଦରଗଡରେ ଲକଡାଉନ ପାଳନ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ସୁନ୍ଦରଗଡ଼ ଜିଲ୍ଲାରୁ 9 ଟି ରକ୍ତ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା। ସବୁ ନେଗେଟିଭ ରହିଛି। 1183 ଲୋକ 17 ଟି ବ୍ଲକରେ ବାହାରୁ ଆସିଛନ୍ତି। ତାଙ୍କ ଉପରେ ନଜର ରଖାଯାଇଛି। ରାସନ ହେଉ କି ପେନସନ ଆଡଭାନ୍ସ ସବୁ ଦିନେ ଦୁଇ ଦିନରେ ପ୍ରଦାନ କରି ଦିଆଯିବ। ସହରରୁ ଉପଖଣ୍ଡ, ବ୍ଲକ ତଥା ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କୋରୋନାର ମୁକାବିଲା ପାଇଁ ସବୁ ପ୍ରସ୍ତୁତି ସରିଛି। ଜିଲ୍ଲାରେ ତାଙ୍କର ଅଭାବ ହେବନାହିଁ। ସ୍ବାସ୍ଥ୍ୟକର୍ମୀ ମାନଙ୍କ ପାଇଁ ସବୁ ଉପକରଣ ଶୀଘ୍ର ଆସିଯିବ। ସହରରେ ଲୋକ ଘରୁ ନବାହାରନ୍ତୁ ସେଥିପାଇଁ 28 ଟି ଦୋକାନୀ ଘରେ ଆଣି ରାଶନ ପହଞ୍ଚାଇ ଦେବେ। ପରିବା ମଧ୍ୟ ଘର ପର୍ଯନ୍ତ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି।

Report- Subodh Nayak

Related Posts

About The Author

Add Comment