ରାଉରକେଲା, ୨୪/୧୧/୨୦ (ସନ୍ଧାନ ନିଉଜ) : ରାଉରକେଲା ଶକ୍ତିନଗର ସ୍ଥିତ ଶିବ ମନ୍ଦିରରେ ରାଉରକେଲା କୋଚିଙ୍ଗ ଆଣ୍ଡ ଟ୍ରେନିଙ୍ଗ ଆସୋସିଏସନର ଏକ ସୌଜନ୍ୟମୂଳକ ବୈଠକ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ କୋଭିଡ଼ କଟକଣାକୁ ନେଇ ବିସୃତ ଭାବେ ଆଲୋଚନା କରାଯାଇଥିଲା । ସଂପ୍ରତି ସମୟରେ କରୋନା ମହମାରୀ ଯୋଗୁ କୋଚିଙ୍ଗ ସେଂଟର ଗୁଡ଼ିକ ବନ୍ଦ ଥିବା କାରଣରୁ ସେହି ସବୁ ଘରୋଇ ଶିକ୍ଷାନୁଷ୍ଠାନର ସତ୍ୱାଧିକାରୀ ବହୁଳ ଭାବେ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏଭଳି ସ୍ଥିତିରେ ଅନଲାଇନ ଯୋଗେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ଏଣୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସିଧାସଳଖ ଅଧ୍ୟାପକ/ ଅଧ୍ୟାପିକାଙ୍କ ଦ୍ୱାରା କକ୍ଷଦାନ ଶିକ୍ଷାରୁ ବଂଚିତ ହେଉଛନ୍ତି । ଏଣୁ ରାଉରକେଲା ପ୍ରଶାସନ ସାମାଜିକ ଦୂରତ୍ୱ ସହ କମ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କୋଚିଙ୍ଗ ସେଂଟରରେ ଶିକ୍ଷାଦାନ କରିବାକୁ ଦେଲେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇ ପାରିବା କୋଚିଙ୍ଗ ସେଂଟର ମାଲିକ ମାନେ ଦୁର୍ଦିନରୁ ସାମୟିକ ଭାବେ ନିସ୍ତାର ପାଇ ପାରନ୍ତେ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ରାଉରକେଲା କୋଚିଙ୍ଗ ଆଣ୍ଡ ଟ୍ରେନିଙ୍ଗ ଆସୋସିଏସନର ପକ୍ଷରୁ ଉତମ ବେହେରା,ସଲିଳ ପରିଡ଼ା, ଭାସ୍କର ଚରଣ ରାଉତ, ଜିତେନ୍ଦ୍ର ରାଉତ, ସରୋଜ ବେହେରା, ହିତେନ ନାଗ, ବିଶ୍ୱଜିତ ତ୍ରିପାଠୀ, ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରାଉରକେଲା କୋଚିଙ୍ଗ ଏଣ୍ଡ ଟ୍ରେନିଂ ଆସୋସିଏସନର ବୈଠକ
|
November 24, 2020 |


