ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ବିବିଧ କାର୍ୟ୍ୟକ୍ରମ ଆୟୋଜିତ

Spread the love

ରାଉରକେଲା, ୪/୯ (ସନ୍ଧାନ ନିଉଜ) : ଜାତୀୟ ଜଳ ଶକ୍ତି ଅଭିଯାନର ଅଂଶ ସ୍ୱରୂପ ସେଲ ଏହାର ସମସ୍ତ କାରଖାନା ଓ ୟୁନିଟରେ ୨୦୧୯ ଅଗଷ୍ଟ ମାସରେ ଜଳ ସଂରକ୍ଷଣ ମାସ ରୂପେ ପାଳନ କରୁଛି । ଏହି କ୍ରମରେ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା କର୍ମଚାରୀ, ଛାତ୍ରଛାତ୍ରୀ ଓ ସର୍ବସାଧାରଣଙ୍କ ମଧ୍ୟରେ ଏଥସମ୍ବନ୍ଧରେ ସଚେତନତା ସୃଷ୍ଟି ନିମନ୍ତେ ବିବିଧ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ରାଉରକେଲା ଇସ୍ପାତ କାରଖାନାର ନୂତନ ଜଳ ନୀତି ଅଗଷ୍ଟ ୧୬ ତାରିଖରେ ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ଏକ ବୈଠକରେ ସିଇଓ, ଶ୍ରୀ ଦୀପକ ଚଟ୍ଟରାଜଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରାଜ ବୀର ସିଂହ, କାର୍ୟ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଗୌତମ ବାନାର୍ଜୀ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ଏବଂ ବହୁ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କାରଖାନାର କୋଲ କେମିକଲ ବିଭାଗରେ ୫୩.୪୯ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ବର୍ଜ୍ୟ ଜଳ ପୁନଃ ସଂଚାଳନ ବ୍ୟବସ୍ଥା କାର୍ୟ୍ୟକାରୀ ହୋଇଛି । ଏହି ପରିବେଶ ଅନୁକୂଳ ପ୍ରୟାସ ମାଧ୍ୟମରେ ଆରଏସପି ଏହାର ବର୍ଜ୍ୟଜଳ ନିଷ୍କାସନରେ ହ୍ରାସ ଆଣିବା ସଙ୍ଗେସଙ୍ଗେ ବର୍ଜ୍ୟଜଳର ସୁବିନିଯୋଗ ମଧ୍ୟ କରିବ । କର୍ମଚାରୀମାନଙ୍କୁ ବର୍ଜ୍ୟ ଜଳ ପୁନଃ ଉପଯୋଗ, ଜଳ ସଂରକ୍ଷଣ ଏବଂ ବର୍ଷା ଜଳ ସଞ୍ଚୟ ସମ୍ବନ୍ଧୀୟ ଉପାଦେୟ ସୃଜନଶୀଳ ପ୍ରସ୍ତାବ ପ୍ରଦାନ ନିମନ୍ତେ ପ୍ରୋତ୍ସାହିତ କରିବା ନିମନ୍ତେ କାରଖାନାର ଜଳ ପ୍ରବନ୍ଧନ ବିଭାଗରେ ଏକ ସ୍ଵତନ୍ତ୍ର ସୃଜନୀ ମେଳା ଆୟୋଜିତ ହୋଇଥିଲା । ଜଳ ପ୍ରବନ୍ଧନ ବିଭାଗର ଡ଼ିଜିଏମ, ଶ୍ରୀ ଏସ ପଟ୍ଟନାୟକ ଉକ୍ତ ସୃଜନୀ ମେଳାର ଉଦଘାଟନ କରି କର୍ମଚାରୀମାନଙ୍କ ଠାରୁ ସୃଜନୀ ପ୍ରସ୍ତାବମାନ ଗ୍ରହଣ କରିଥିଲେ । ଜଳ ସଞ୍ଚୟ ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସେମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଇସ୍ପାତ ବିଦ୍ୟା ମନ୍ଦିର ସେକ୍ଟର ୧୯ର ୨୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ର ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଏବଂ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୨ର ପ୍ରାୟ ୭୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ରେ ଅଗଷ୍ଟ ୨୯ ତାରିଖରେ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ସହର ପ୍ରଶାସନ ଓ ସିଏସଆର ବିଭାଗର ଜିଏମ, ଶ୍ରୀ ଅଜୟ କୁମାର ନାୟକ ଅଧ୍ୟକ୍ଷତା କରି ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସହର ସେବା ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ ପି କେ ଦାସ ଏବଂ ସହର ସେବା ଶିକ୍ଷା ବିଭାଗର ଡ଼ିଜିଏମ, ଶ୍ରୀ ମନୋଜ ଅଗ୍ରୱାଲ, ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ର ଅଧ୍ୟକ୍ଷ, ଡକ୍ଟର ବି କର, ବହୁ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶିକ୍ଷା ବିଭାଗର ମ୍ୟାନେଜର, ଶ୍ରୀ କେ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ। ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ର ଶିକ୍ଷୟିତ୍ରୀ, ସୁଶ୍ରୀ ପ୍ରତିମା ସାହୁ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

Report- S Nayak

Related Posts

About The Author

Add Comment