ରାଉରକେଲାର କୁନି ପ୍ରତିଭା ସୟୋନୀ

Spread the love

ରାଉରକେଲା, ୧୬/୦୧/୨୧ (ସନ୍ଧାନ ନିଉଜ) : ନୃତ୍ୟକୁ କ୍ୟାରିୟର କରିବା ପାଇଁ ଯୁବ ପିଢିଙ୍କ ଭିତରେ ବେଶ ଆଗ୍ରହ ଦେଖିବାକୁ ମିଳୁଛି । ଏଥିପାଇଁ ପ୍ରତିଯୋଗିତା ମଧ୍ୟ ବଢୁଛି । ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ନୃତ୍ୟ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛନ୍ତି । ଏଥିରେ ପଛରେ ପଡ଼ିନାହାନ୍ତି ସାରନଗରୀର ଜଣେ ପ୍ରତିଭା  ସୟୋନୀ  ନନ୍ଦ । ବୟସ ମାତ୍ର ୭ବର୍ଷ । ଏହି କୁନି ବୟସରେ ନୃତ୍ୟ ଜଗତରେ ପାଦ ଦେଇଥିବା ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳର ସୟୋନୀ ରାଜ୍ୟରେ ତଥା ରାଜ୍ୟ ବାହାରେ ଆୟୋଜିତ ହୋଇଥିବା ବିଭିନ୍ନ ରିଅଲଟି ସୋ, ଏକକ ଓ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତାରେ ନିଜର ନିପୁଣ ପାରଦର୍ଶତା ପ୍ରଦର୍ଶନ କରି ସାରନଗରୀର ଗର୍ବ ଓ ଗୌରବର ଅଧିକାରିଣୀ ହୋଇ ପାରିଛନ୍ତି । ପିତା ହେମନ୍ତ ନନ୍ଦ ଓ ମାତା ଲୋପାମୁଦ୍ରା ନନ୍ଦ ଔରସରୁ ଜନ୍ମିତ ସୟୋନୀଙ୍କ ଛୁଆବେଳରୁ ନୃତ୍ୟ ପ୍ରତି ଅହେତୁକ ଦୁର୍ବଳତା ଥିଲା, ଯାହାକି ତୁଳସୀ ଦୁଇ ପତ୍ରରୁ ବାସିବା ପରି ବାରି ହୋଇ ପଡୁଥିଲା ।. ତାଙ୍କ ବାପ ଜଣେ ପୂଜକ ହୋଇଥିଲେ ମଧ୍ୟ ଝିଅର ନୃତ୍ୟ  ପ୍ରତି ଆଗ୍ରହ ଦେଖି ସମସ୍ତ ସହଯୋଗ ଯୋଗାଇଥିଲେ । ତାଙ୍କୁ ନିକଟ ଅଂଚଳରେ ଥିବା ଏକ ନୃତ୍ୟକେନ୍ଦ୍ରରେ ନୃତ୍ୟ ଶିକ୍ଷା ଆହରଣ ପାଇଁ ପଠାଇଥିଲେ ।  ନୃତ୍ୟ ଗୁରୁ ବିଜୟ ସାମଲଙ୍କ ତତ୍ୱାବଧାନରେ ସେ ଏବେ ଆଧୁନିକ ନୃତ୍ୟ ଶିକ୍ଷା କରୁଛି । ପାଠ ପଢିବା ସହ  ନୃତ୍ୟକୁ  ନିଶା ଭାବେ ଆପଣାଇ ନେଇଛନ୍ତି ।  ସୟୋନୀ  ସେହି ସମୟରେ ସେଠାରେ ନୃତ୍ୟ ଶିଖିବା ସହ ଘରେ ମଧ୍ୟ ନୃତ୍ୟଶିକ୍ଷା ଅଭ୍ୟାସ କରୁଥିଲେ ବୋଲି ତାଙ୍କ ବାପା ହେମନ୍ତ ନନ୍ଦଙ୍କ ମୁହଁରୁ ଶୁଣିବାକୁ ମିଳେ ।  ସ୍କୁଲରେ  ବିଭିନ୍ନ ନୃତ୍ୟ ପ୍ରତିଯୋଗିତା,ପାଥୋତ୍ସବ,ଦଶହରା କାର୍ଯ୍ୟକ୍ରମରେ ନୃତ୍ୟ କରି ପ୍ରଶଂସିତ ହୋଇଛନ୍ତି । ଆଧୁନିକ ନୃତ୍ୟରେ ମାହିର ସୟୋନୀ ବହୁ ଅଂଚଳରେ ନିଜର ଛାପ ଛାଡ଼ି ସାରିଛନ୍ତି । ସେଥିପାଇଁ ସୟୋନୀକୁ ଅନେକ ଜାଗାରେ ସମ୍ବର୍ଦ୍ଧିତ କରାଯିବା ସହିତ ପୁରସ୍କୃତ ମଧ୍ୟ କରାଯାଇଛି ।   ଏପରି କମ ବୟସରୁ ଉତମମାନର ନୃତ୍ୟ ପ୍ରଦର୍ଶନ କରୁଥିôବାରୁ ପରିବାରର ସହମତିରେ ରାଜ୍ୟ ତଥା ରାଜ୍ୟ ବାହାରେ ଆୟୋଜିତ ହେଉଥିବା ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମ, ରିଅଲଟି ସୋରେ  ଅଂଶ ଗ୍ରହଣ କରି ସଫଳତାର ପାହାଚ ଚଢିବାରେ ସଫଳ ହୋଇ ପାରିଛନ୍ତି ସୟୋନୀ । ନୃତ୍ୟ ମୋ ଜୀବନ । ନୃତ୍ୟ ବିନା ମୋର କିଛି ନାହିଁ ।  ମନରେ ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ରହିଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇ ପାରିବ ବୋଲି ସେ ଦୃଢତାର ସହ ପ୍ରକାଶ କରିଛନ୍ତି ।  ଭବିଷ୍ୟତରେ ଜଣେ ପ୍ରତିଭାବାନ ନୃତ୍ୟଶିଳ୍ପୀ ହେବାର ଲକ୍ଷ୍ୟ ରଖିଛନ୍ତି ସୟୋନୀ । । ଏହି କଅଁଳ ବୟସରେ. ଆଠଗଡ଼ରେ ଅନୁଷ୍ଠିତ ବ୍ଲୁ ଏନଜେଲ ଡ଼୍ୟାନ୍ସ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ,ପୁରୀରେ ଅନୁଷ୍ଠିତ ଟ୍ୟାଲେଂଟ ଓଫ ଓଡ଼ିଶା ରିଅଲଟି ସୋରେ ଚତୁର୍ଥ ୍‌ସ୍ଥାନ,ସୋ ୟୋର ଟ୍ୟାଲେଂଟରେ ଦ୍ୱିତୀୟ ସ୍ଥାନଅଧିକାର ସମେତ ରଜ ପରି, ଅନଲାଇନ ପ୍ରତିଯୋଗିତାରେ ବେଷ୍ଟଆୱାର୍ଡ଼ ହାସଲ କରି ନିଜର ନୃତ୍ୟର ଯାଦୁ ପ୍ରଦର୍ଶନ କରି ଚାଲିଛନ୍ତି କୁନି ନର୍ତକୀ ସୟୋନୀା ତାଙ୍କର ଚଲାପଥ କୁସମିତ ହେଉ, ଏତିକି ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି ତାଙ୍କ ବାପା ଓ ମାଆ ।

Related Posts

About The Author

Add Comment