ରାଉରକେଲାରେ 23ତମ ବିଜେଡି ପ୍ରତିଷ୍ଠା ଦିବସ

Spread the love

ରାଉରକେଲା, ୨୬/୧୨ (ସନ୍ଧାନ ନିୟୁଜ/ସୁବୋଧ ନାୟକ ): ଆଜି ରାଉରକେଲାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।  ବିଜୁ ଜନତା ଦଳର 23ତମ ପ୍ରତିଷ୍ଠା ଦିବସ ସୁନ୍ଦରଗଡ଼ ଜିଲ୍ଲାର 7ଟି ବିଧାନସଭା ଅଞ୍ଚଳରେ ପାଳନ କରାଯାଇ ଥିଲା।   ଦଳ ପକ୍ଷରୁ ଓଡିଶାର ବରପୂତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ଵରେ ଛେଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡି କର୍ମକର୍ତ୍ତା ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ । ଏହାପରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଥିଲା ।ଏହି ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟ ମଧ୍ୟରେ ରାଉରକେଲା ସରକାରୀ ହସ୍ପିଟାଲରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ସବୁ ବିଧାନସଭା ଅଞ୍ଚଳରେ ପାର୍ଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ମଧ୍ୟ ଦିବସ ପାଳନ କରାଯାଇଥିଲା ।

Related Posts

About The Author

Add Comment