ରାଉରକେଲା, ୨୩/୧୨/୨୦ (ସନ୍ଧାନ ନିଉଜ) : ରାଉରକେଲାରେ ଖସୁଛି ପାରଦ । ଶୀତର ପ୍ରକୋପ କ୍ରମଶଃ ବଢିବାରେ ଲାଗିଛି । କିଛି ଦିନର ବ୍ୟବଧାନ ପରେ ଶୀତ ଅନୂଭୂତ ହେବାରେ ଲାଗିଛି । ଗତ ରବିବାର ଠାରୁ ଜାଡ଼ ପ୍ରକୋପ ରହିଛି । ବର୍ତମାନ ରାଉରକେଲାରେ ତାପମାତ୍ରା ୧୦ ଡିଗ୍ରୀ ତଳରେ ରହିି ୬, ୭ ଡିଗ୍ରୀକୁ ଆସି ଯାଉଛି । ସକାଳ ୯ଯାଏ ଥଣ୍ଡା ରହୁଥିବାରୁ ରାସ୍ତାଘାଟରେ ଗହଳି ଦେଖିବାକୁ ମିଳୁନାହିଁ । ବିଶେଷ କରି ଘନ କୁହୁଡ଼ି ରାତି ଅଧରୁ ବୃଦ୍ଧି ପାଇବା ସହ ସକାଳ ପ୍ରାୟ ୧୦ଟା ଯାଏ ରହୁଛି । ଶୀତକାଳରେ ବୃଦ୍ଧବୃଦ୍ଧା ଅଧିକ ଭାବେ ପ୍ରଭାବିତ ହେଉଛନ୍ତି । ଶୀତଦିନେ ଶରୀରର ସାହାରା ପାଲଟିଛି ଗରମ ପୋଷାକ । ଯୁବକ ହୁଅନ୍ତୁ ଅବା ଯୁବତୀ, ବୟସ୍କ ହୁଅନ୍ତୁ କି ବୟସ୍କା ସଭିଁଏ ଦେହରେ ଦେଖିବାକୁ ମିଳୁଛି କିଛି ନା କିଛି ଗରମ ବସ୍ତ୍ର । ଶୀତ ସହ ଘନ କୁହୁଡ଼ି ଯୋଗୁ ସକାଳ ୧୦ଟା ନ ବାଜିବା ଯାଏ ଘରୁ ବାହାରିବା ଏକ ପ୍ରକାର କାଠିକର ପାଠ ହୋଇ ଯାଉଛି । ଲୋକେ ନିଜର ନିର୍ଦ୍ଦାରିତ କାର୍ଯ୍ୟକୁ ମଧ୍ୟ ସଠିକ ସମୟରେ ପହଂଚି ପାରୁ ନାହାନ୍ତି । ୍କୁହୁଡ଼ି ଯୋଗୁ ରାଜରାସ୍ତା ସମେତ ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜିବା ସ୍ୱାଭାବିକ । ଆଗକୁ ଆହୁରି ଥଣ୍ଡା ବଢିବା ଆଶଙ୍କା ଥିବାରୁ ସାଧାରଣରେ ଏହାକୁ ନେଇ ସଂଶୟ ସୃଷ୍ଟି ହୋଇଛି ।
ରାଉରକେଲାରେ ୭କୁ ଖସିଲା ପାରଦ, କୁହୁଡ଼ି ସହ ଅସହ୍ୟ ଶୀତ!
|
December 23, 2020 |