ରାଉରକେଲାରେ ୨୦୨୩ ବିସ୍ୱକପ୍ ହକି ନିଷ୍ପତ୍ତି, ମୁଖମନ୍ତ୍ରୀଙ୍କୁ କେଜେଡିର ଅଭିନନ୍ଦନ

Spread the love
ରାଉରକେଲା,୦୨/୧୨ (ସନ୍ଧାନ ନିୟୁଜ) ୨୦୧୭ ମସିହା ନଭେମ୍ବର ୨୭ରେ ପ୍ରତିଷ୍ଠିତ କୋସଲ ଜନତା ଦଳ (କେଜେଡି)ର ତୃତୀୟ ପ୍ରତିଷ୍ଠା ଦିବସ ଗତ ୨୭ ତାରିଖ ସନ୍ଧ୍ୟାରେ ଛେଣ୍ଡସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ା ଶ୍ରୀ ମିଶ୍ର କର୍ମୀମାନଙ୍କୁ ସମ୍ବୋଧିତ କରି କଠିନ ପରିଶ୍ରମ ସହ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବାକୁ ଆହ୍ୱାନ ଦେଇ ସଂକଳ୍ପ ଓ ଦଳପ୍ରତି ସମର୍ପଣ ମନୋଭାବ ରଖିଲେ ଅସମ୍ଭବ ସମ୍ଭବ ହୋଇପାରିବ ବୋଲି କହିଥିଲେ ା ଏହି ଅବସରରେ ଗତ ନିର୍ବାଚନରେ କେଜେଡିର ପ୍ରାର୍ଥୀମାନେ ଯେଉଁ ୪ଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି ଚିରଅବହେଳିତ କୋସଳାଞ୍ଚଳର ସମସ୍ୟା, ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଦଳର କାର୍ଯ୍ୟକର୍ତ୍ତା ଓ ଭୋଟରମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ା ଚଳିତବର୍ଷ ଡିସେମ୍ବର ମାସ ଶେଷ ସପ୍ତାହରୁ ୩ ମାସ ଧରି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ଓ ଅପ୍ରେଲ ମାସରେ ସାଧାରଣ ପରିଷଦ ବୈଠକର ତାରିଖ ଘୋଷଣା କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ା ଦଳର ମୁଖ୍ୟ ସଚିବ ଚକ୍ରାନ୍ତ ଜେନା ଦିବସ ପାଳନର ତାତ୍ପର୍ଯ୍ୟ ତଥା ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ ା ରାଉରକେଲାକୁ ୨୦୨୩ ବିଶ୍ୱକପ୍ ହକି ମ୍ୟାଚ୍ ଆୟୋଜନର ସୁଯୋଗ ଦେବା ସହ ସୁନ୍ଦରଗଡର ୧୭ ବ୍ଲକ୍ରେ ଆଷ୍ଟ୍ରୋଟର୍ଫ ବିଛାଇବା ଯୋଜନାର ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ମୁଖପାତ୍ର ଡା.ସୁରମା ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ ା ଓଡିଶାରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ହେତୁ ପରିବାର ଓ ସାମାଜିକ ସୌହାର୍ଦ୍ଦ୍ୟ ନଷ୍ଟ ହେଉଥିବାରୁ ଉଦ୍ବେଗ ପ୍ରକାଶ କରିବା ସହ ଓଡିଶାକୁ ଏକ ମଦମୁକ୍ତ ରାଜ୍ୟରେ ପରିଣତ କରିବା ଏବଂ ରାଉରକେଲାରେ ଓଡିଶାର ଦ୍ୱିତୀୟ ମହିଳା କମିଶନ କିମ୍ବା ଏହାର ଶାଖା ଖୋଲିବା ପାଇଁ ଦଳର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ଡା.ମିଶ୍ର ପ୍ରସ୍ତାବ ଉପସ୍ଥାପନ କରିଥିଲେ ଯାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ା ଉତ୍ସବରେ ଯୋଗ ଦେଇପାରିନଥିବା କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ ସମ୍ପାଦକ ନରେଶ ମିଶ୍ର ା ମିଡିଆ ସେଲ୍ ସମ୍ପାଦକ ସ୍ୱରୂପ ମିଶ୍ର ଧନ୍ୟବାଦ ଦେଇଥିଲେ ା ଏହି ଅବସରରେ ସାମନ୍ତ କୁମାର ସାହୁଙ୍କୁ ଦଳର ନୂତନ ଅର୍ଥ ପରାମର୍ଶଦାତା ଭାବେ ସ୍ୱାଗତ କରାଯାଇଥିଲା ା ଦଳର ଉପସଭାପତି ଆର୍.କେ. ସିଂ, ସନତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଲଲାଟେନ୍ଦୁ ଚୌଧୁରୀ, ଶାନ୍ତିଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା

Report: S Nayak

Related Posts

About The Author

Add Comment