ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

Spread the love
ରାଉରକେଲା,  ୩୧/୦୮ (ସନ୍ଧାନ ନିଉଜ) : କରୋନା ସଂକ୍ରମଣ କୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରଭାବୀ ପଦକ୍ଷେପ ନେଉଛନ୍ତି। ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ରାଉରକେଲା ମହାନଗର ନିଗମ ସହଯୋଗରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଏହି ସର୍ଭେ କରୁଛି । ୫ ଦିନ ଧରି ଚାଲିବ ଏହି ସର୍ଭେ ।
ତେବେ କ୍ଲଷ୍ଟର ଅନୁଯାୟୀ  ସର୍ଭେ କରାଯାଉଛି। ଏଥି ପାଇଁ ୧୭ ଜଣିଆ ଟିମ୍‌ ଗଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୫୦୦ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ରାଉରକେଲାର ବସ୍ତି ଓ ହଟ୍‌ସ୍ପଟ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ସଦସ୍ୟଙ୍କ ନମୁନା ସଂଗ୍ରହ ହେବ । ବିଭିନ୍ନ ୱାର୍ଡ, ଭେଣ୍ଡିଙ୍ଗ ଜୋନ, ଡ଼ାକ୍ତରଖାନା,  ମଣ୍ଡଳ କାରାଗାର, ପୋଲିସ କର୍ମୀ, ମହାନଗର ନିଗମ ଆଦି ବିଭିନ୍ନ ବର୍ଗ ତଥା ସ୍ଥାନରୁ ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯିବ । ଅଧିକ ସଂକ୍ରମିତ ଆଶଙ୍କା ଥିବା ବ୍ୟକ୍ତିଙ୍କ ଠାରୁ ବି ନମୁନା ସଂଗ୍ରହ କରାଯିବ ।
ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କର ରୋଗ ପ୍ରତିରୋଧକ ସ୍ଥିତି ଓ ଅତିଶୟ ବିପଦ ସମ୍ପନ୍ନ ଗୋଷ୍ଠୀର ସ୍ବାସ୍ଥ୍ୟ ଅଵସ୍ଥା ଜାଣିବା  ପାଇଁ ସେରୋ ସର୍ଭିଲାନ୍ସ ଆରମ୍ଭ ହୋଇଛି ।

Related Posts

About The Author

Add Comment