ରାଉରକେଲାରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ

Spread the love

ରାଉରକେଲ (ସନ୍ଧାନ ନିୟୁଜ/ ଏସ ନାୟକ) ରାଉରକେଲା ୱାର୍ଡ ନମ୍ବର ୩୦ ବିଜୁ ଯୁବ ବାହିନୀ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଯୁବ ବାହାନୀ ସଭାପତି ଅମିତ ନାୟକଙ୍କ ସଂଯୋଜନାରେ ସମ୍ପାଦକ ପ୍ରଦୋଷ ସେନାପତି, କୋଷାଧ୍ୟକ୍ଷ ଅମରେଶ ପ୍ରଧାନ ସମେତ ବହୁ ବିଜୁ ଯୁବବାହାୀନ ସଭ୍ୟ ସଭ୍ୟା ଏବଂ ସ୍ୱେଚ୍ଛାସେବର ଅଂଶ ଗ୍ରହଣ କରି ରାସ୍ତାରେ ଯାତ୍ରୀ ମାନଙ୍କୁ ରାସ୍ତାର ନିୟମ ପାଳନ କରିବା, ଗାଡି ଚଳାଇବା ବେଳେ ହେଡମେଟ୍ ବ୍ୟବହାର କରିବା, ସିଟ୍ ବେଲ୍ଟ ବାନ୍ଧିବା ଆଦି ବିଷୟରେ ବୁଝାଇବା ସହିତ ଗୋଲାଫ ଫୁଲ ଏବଂ ଚକଲେଟ୍ ଦେ ସଚେତନତା କରିଥିଲେ । ଏହି ଅବସରରେ ଏକ ଶୋଭାଯାତ୍ର ୱାର୍ଡ ପରିକ୍ରମା କରିବା ସହିତ ବିଭନ୍ନ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ । ବିଜୁ ଯୁବ ବାହିନୀର ପ୍ରକଳ୍ପ ଅଧିକାରୀ ପାର୍ଥ ସାରଥୀ ସାହୁ, ସଂଯୋଜକ ତ୍ରିଲୋଚନ ମୁଦୁଲି ଉପସ୍ଥିତ ରହି ପରିଚାଳନା କରିଥିଲେ ।

Related Posts

About The Author

Add Comment