ରାଉରକେଲା, ୦୨/୦୭/୨୦ (ସନ୍ଧାନ ନିଉଜ) : ରାଉରକେଲା ରାଜରାସ୍ତାରେ ଗଡ଼ି ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିନାହିଁ ତଥାପି ଭକ୍ତଙ୍କ ଭାବର ହୃଦୟରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ବାହୁଡ଼ିଛନ୍ତି ମହାବାହୁ । ସେକ୍ଟର-୩ ଅହିରାବନ୍ଧ, ପାନପୋଷ, ବାସନ୍ତୀ କଲୋନୀ, ଉଦିତନଗର,ସାରନଗରୀ ଓ ଅନ୍ୟାନ ଅଂଚଳରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ମାଉସୀ ମା’ ମନ୍ଦିରରୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଥିଲେ ତିିନି ଠାକୁର । କରୋନା ଗାଇଡ଼ ଲାଇନକୁ ମାନି ସଳ୍ପ ସଂଖ୍ୟକ କର୍ମକର୍ତାଙ୍କ ଦ୍ୱାରା ପୁଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିସରରେ ଛେରା ପହଁରା ପରମ୍ପରା ଅନୁଯାୟୀ କରା ଯାଇଥିଲା । ପୂଜକ ମାନଙ୍କ ଦ୍ୱାରା ରିତୀ ପରମ୍ପରା ଅନୁଯାୟୀ ହୋମ ଓ ପୂଜାପାଠ କରାଯାଇଥିଲା ।
ରାଉରକେଲାରେ ବାହୁଡ଼ା ଯାତ୍ରା ସମ୍ପନ
|
July 3, 2020 |