ରାଉରକେଲା, ୨୮/୧/୨୦ (ସନ୍ଧାନ ନିଉଜ) : କୁକୁରଙ୍କ ଉତ୍ପାତ ରୋକିବାରେ ରାଉରକେଲା ମହାନଗର ନିଗମ ସମ୍ପୂର୍ଣ୍ଣ ଭାବରେ ବିଫଳ ରହିଛି। ଗତ ରବିବାର 89 ଲୋକଙ୍କୁ କୁକୁର କାମୁଡି ଥିବାବେଳେ ସୋମବାର 141 ଲୋକ କୁକୁର କାମୁଡ଼ା ଯୋଗୁ ରାଉରକେଲା ସରକାରୀ ହସ୍ପିଟାଲକୁ ଆସିଥିଲେ। ଅର୍ଥାତ୍ 2 ଦିନରେ 230 ଲୋକ କୁକୁର କାମୁଡ଼ା ଶିକାର ହୋଇଛନ୍ତି। ମାତ୍ର ପରିସ୍ଥିତିର ମୁକାବିଲା କରିବାରେ ମହାନଗର ନିଗମ କିମ୍ବା ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ରାଉଲକେଲା ସହରର ବିଭିନ୍ନ ଅଞ୍ଚଳରେ କୁକୁରଙ୍କ ଉତ୍ପାତ ଜାରି ରହିଛି। ତେବେ ଦୁଇ ଦିନ ଧରି ରାଉରକେଲା ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।
ରାଉରକେଲାରେ କୁକୁର ଆତଙ୍କ, 2 ଦିନରେ 230 ଆକ୍ରାନ୍ତ
|
January 28, 2020 |



