ରାଉରକେଲା,୨୭/୦୭ (ସନ୍ଧାନ ନିଉଜ) : ଆଜି କାରଗିଲ ବିଜୟ ଦିବସକୁ ପୁରିଛି ୨୧ ବର୍ଷ । ଆଜିର ଦିନରେ ଯୁଦ୍ଧରେ ପାକିସ୍ଥାନକୁ ଧୂଳି ଚଟାଇଥିଲା ଭାରତ । କାରଗିଲ ଯୁ୍ଦ୍ଧରେ ଦେଶ ପାଇଁ ପ୍ରାଣବଳୀ ଦେଇ ଶହୀଦ ହୋଇଥିଲେ ଭାରତୀୟ ଯବାନ । ରାଉରକେଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କୋଭିଡ଼ କଟକଣା ମଧ୍ୟରେ କାରଗିଲ ବିଜୟ ଦିବସ ପାଳନ କରାଯାଇଥିଲା ।ଏହି ଦିନକୁ ସ୍ମରଣ କରି ସାରନଗରୀ ମା’ ମଙ୍ଗଳା ଛକ ନିକଟ ଶହୀଦ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତି ନିକଟରେ କାରଗିଲ ବିଜୟ ଦିବସ ପାଳନ କରାଯାଇଥିଲା । ଦକ୍ଷିଣ ରାଉରକେଲାର ପୂର୍ଣ୍ଣାନନ୍ଦ ମାର୍କେଟ କମିଟି ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ ମିଳିତ ଆନୁକୂଲ୍ୟରେ ସାମାଜିକ ଦୂରତା ବଜାୟ ସହ ମୁହଁରେ ମାସ୍କ ପରିଧାନ କରି କୋଭିଡ଼ କଟକଣାରେ କାରଗିଲ ବିଜୟ ଦିବସ ପାଳନ କରାଯାଇଥିଲା । ସେଠାରେ ଉପସ୍ଥିତ ବ୍ୟକ୍ତି ମାନେ ଶହୀଦ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଭାରତ ମାତାର ଜୟଧ୍ୱନୀ ଉଚ୍ଚାରଣ କରିଥିଲେ । ଏହି ଦେଶ।।ତ୍ମକ କାର୍ଯ୍ୟକ୍ରମରେ ସାରନଗରୀର ସମାଜିକ କର୍ମୀ, ବୁଦ୍ଧିଜିବୀଙ୍କ ସମେତ ଅନୁଷ୍ଠାନର କର୍ମକର୍ତା ମାନେ ଉପସ୍ଥିତ ଥିôଲେ ।
ରାଉରକେଲାରେ କାରଗିଲ ବିଜୟ ଦିବସ
|
July 27, 2020 |



