ରାଉରକେଲା, ୨୭/୦୪/୨୦ (ସନ୍ଧାନ ନିଉଜ) : ରାଉରକେଲାରେ କରୋନା ପଜେଟିଭ। ନାଲା ରୋଡ ଅଂଚଳରେ ଜଣେ ଓ ରାଉରକେଲା ଅଂଚଳର 2 ଜଣ କରୋନା ପଜେଟିଭ ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି । ଏନେଇ ସୁନ୍ଦରଗଡ ଜ଼ିଲ୍ଲାପାଳ ଆଜି ସାମ୍ବାଦିକ ସମିଳନି କରିଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲାରେ ବୃଦ୍ଧି ପାଉଥିବାରୁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଲା ରୋଡ, ଜନତା ନିବାସ ଗଳି , ପ୍ଲାଣ୍ଟ ସାଇଟ, ଆନନ୍ଦ ଭବନ ଲନ କୁ ସମ୍ପୂଣ୍ଣ ରୂପେ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନ ଖୋଲା ରହିବ । ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ସମୟରେ କ୍ୱାରେଣ୍ଟାଇନ୍ରେ ରହୁଥିବା ବ୍ୟକ୍ତିମାନଙ୍କର ସାମ୍ପୁଲ ସଂଗ୍ରହକୁ ତ୍ୱରାନ୍ୱିତ କରାଯିବ । ଯାହା ଫଳରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସୁରକ୍ଷିତ ହୋଇପାରିବ ।
ପ୍ରକାଶ ଥାଉକି , ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏମାନେ ସମସ୍ତେ ରାଉରକେଲା ଅଂଚଳର ବୋଲି ଜଣାପଡ଼ିଛି ।
ରାଉରକେଲାରେ କରୋନା ପାଇଁ ନାଲା ରୋଡ କଣ୍ଟେମେଣ୍ଟ ଜୋନ୍
|
April 27, 2020 |