ରାଉରକେଲାରେ କମିଶନରେଟ୍‌ ପୋଲିସ୍‌ ବ୍ୟବସ୍ଥା ଲାଗୁହେବ

Spread the love

ରାଉରକେଲା, ୬/୧/୨୦୨୦ (ସନ୍ଧାନ ନିୟୁଜ) : ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ସହରରେ କମିଶନରେଟ୍‌ ପୋଲିସ୍‌ ବ୍ୟବସ୍ଥା ଲାଗୁହେବ। ୬ ବର୍ଷ ତଳେ ରାଜ୍ୟ ସରକାର କରିଥିବା ଏହି ଘୋଷଣା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ସରକାର ଏନେଇ ବିଜ୍ଞପ୍ତି ଜାରି କରିବା ସହ ଭିତ୍ତିଭୂମି ସଜାଡ଼ିବାକୁ ଜିଲ୍ଲା ପୋଲିସକୁ କହିଥିବା ଜଣାପଡିଛି।
ସହରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଢାଞ୍ଚାରେ ବ୍ୟବସ୍ଥା ଲାଗୁ କରିବାକୁ ବିଧାନସଭା ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ସରକାରଙ୍କୁ ସୁପାରିଶ କରିଥିଲା। ଏହାକୁ ସରକାର ଗ୍ରହଣ କରି ଏ ତିନି ସହରରେ କମିଶନରେଟ୍‌ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଘୋଷଣା କଲେ। ଏଥିପାଇଁ ଆବଶ୍ୟକ ପଦବି ସୃଷ୍ଟି ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ସୃଷ୍ଟି କେନ୍ଦ୍ରର ଅନୁମୋଦନ ମାଗିଥିଲା। କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିଥିଲେ ହେଁ ପ୍ରାୟ ବର୍ଷେ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିନାହିଁ।

Related Posts

About The Author

Add Comment