ରାଉରକେଲା, ୦୨/୦୯ (ସନ୍ଧାନ ନିଉଜ) : ଆଜିଠୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ହେବାକୁ ଥିବା JEE ପରୀକ୍ଷା ମଙ୍ଗଳବାର ରାଉରକେଲାର ପଦ୍ମନାଭ ଇଞ୍ଜିନିୟରିଂ କଲେଜ ପରିସରରେ ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଇଛି। JEE ପରୀକ୍ଷା ଦେବାପାଇଁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କୁ ପାଇଁ ସ୍ବାତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା କେନ୍ଦ୍ରକୁ ଆସିବା ହଷ୍ଟେଲରେ ମାଗଣା ରହିବା ସହ ଖାଇବା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ସୁବିଧା ଦୃଷ୍ଟିରୁ ବସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷା ଆରମ୍ଭ ହୋଇଥିଲା ଏବଂ ପରୀକ୍ଷାର୍ଥୀ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଥିଲା ।
ରାଉରକେଲାରେ ଆରମ୍ଭ ହେଲା JEE ପରୀକ୍ଷା
|
September 2, 2020 |
