ରାଉରକେଲା, ୨୪/୧୧ (ସନ୍ଧାନ ନ୍ୟୁଜ/ସୁବୋଧ ନାୟକ) : ଦିନକୁ ଦିନ ବଢୁଛନ୍ତି ସମାଜସେବୀ, କମୁଛି ସମାଜସେବା! ସମାଜସେବାକୁ ଆୟୁଧ ଭାବେ ଗ୍ରହଣ କରି ଅନେକ ସ୍ବେଚ୍ଛାସେବୀ ତଥା ସମାଜିକ ଅନୁଷ୍ଠାନ ଦରିଦ୍ର, ବେସାହାରା ଦୁଇ ଗୋଡ଼ିଆ ପେଟକୁ ମାଗଣାରେ ଦାନା ଯୋଗାଉଛନ୍ତି, ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ । ଅପରପକ୍ଷରେ ବସଷ୍ଟାଣ୍ଡ, ରେଳୱେ ଷ୍ଟେସନ, ଆଶ୍ରୟସ୍ଥଳୀ ଓ ଏଣେତେଣେ ଘୁରି ବୁଲୁଥିବା ମାନସିକ ବିକୃତଙ୍କ ଏହି ସଂସ୍ଥାମାନେ ଯୋଗାଉଥିବା ଖାଦ୍ୟର ମାନ ସେମାନଙ୍କ ଶରୀର ପାଇଁ କେତେ ସ୍ୱାସ୍ଥ୍ୟପ୍ରଦ ତାହାକୁ ନେଇ ଏବେ ବୁଦ୍ଧିଜିବୀ ମହଲରେ ଆଲୋଚନା ଜୋର ଧରିଛି । ପଶ୍ଚିମ ଓଡ଼ିଶାର ଦୁଇ ଟି ମହାନଗର ଯତା ରାଉରକେଲା ଓ ସମ୍ବଲପୁରରେ ବେସାହାରା ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଅଂଟା ଭିଡ଼ିଛନ୍ତି କିଛି ସଂସ୍ଥା । ଏମାନଙ୍କୁ ପରୋକ୍ଷରେ ସହଯୋଗ କରୁଛି ପ୍ରଶାସନ ତଥା ସରକାରୀ କଳର କିଛି ବଡ଼ ବାବୁ ମାନେ! ସମ୍ବଲପୁରର କୁଚିଣ୍ଡା ଠାରେ ଖାଦ୍ୟ ଏଟିଏମ ମେଡ଼ିକାଲ ନିକଟରେ ସ୍ଥାପନ କରାଯାଇ, ରେଫ୍ରିଜେଟରରେ ଖାଦ୍ୟ ରଖି ମାଗଣାରେ କାଦ୍ୟ ବିତରଣ କରାଯାଉଥିବା ବେଳେ, ରାଉରକେଲାରେ ଏକ ସାମାଜିକ ସଂସ୍ଥା ପ୍ରଶାସନ ସହଭାଗିତାରେ କୁଆଡ଼େ ବଳକା ଖାଦ୍ୟକୁ ଚାରି ଚକିଆ ଗାଡ଼ି ମାଧ୍ୟମରେ ନିରାଶ୍ରୟ ମାନଙ୍କୁ ବିତରଣ କରୁଛି । ଏହି ସଂସ୍ଥା ମାନଙ୍କ ଏପରି ମହତ କାର୍ଯ୍ୟ ମଧ୍ୟ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ସେପଟେ ବଂଟନ କରାଯାଉଥିବା ଖାଦ୍ୟର ମାନ ଏଯାଏ ପ୍ରଶାସନ ପକ୍ଷରୁ ଯାଂଚ କରାଯାଉ ନାହିଁ ବୋଲି ,କ ଅନୁସନ୍ଧାନରୁ ଜଣାପଡ଼ିଛି । ଯଦି ଖାଦ୍ୟ କୌଣସି ପ୍ରକାରେ ବିଷାକ୍ତନ ହୋଇଯାଏ, ତେବେ ଏହି ବେସାହାରା ମାନଙ୍କ ଜୀବନ ଅକାଳରେ ଝଡ଼ିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ! ଏଥିପାଇଁ ଦାୟୀ କିଏ ରହିବ, ପ୍ର।।ସନ ନା, ସପୃକ୍ତ ସଂସ୍ଥା ତାହା ଏବେ ବଡ଼ ପ୍ରଶ୍ନବାଚୀ(?)
ରାଉରକେଲାରୁ ସମ୍ବଲପୁର ଚାଲିଛି ମାଗଣାରେ ଖାଦ୍ୟବଂଟନ ଯାଂଚ ହେଉନି ଖାଦ୍ୟର ମାନ, ଜୀବନ ଗଲେ ଦାୟୀ କିଏ?
|
November 24, 2019 |
