ରାଉରକେଲାରୁ ଉଠିଲା ବଫର ଜୋନ

Spread the love
ରାଉରକେଲା, ୨୬/୦୫ (ସନ୍ଧାନ ନିଉଜ): ସହରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ମାସ 26 ତାରିଖରେ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା। ତେବେ 1 ମାସ ପରେ ମଙ୍ଗଳବାର ବଫର ଜୋନରୁ ସମସ୍ତ କଟକଣା ପ୍ରତ୍ୟାହାର କରିନିଆଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନ ଅଧୀନରେ ଥିବା ମୁଖ୍ୟ ରାସ୍ତାର ବାମ ପାର୍ଶ୍ବ ଅଞ୍ଚଳ ଯଥା ପୁରୁଣା ଷ୍ଟେସନ ରୋଡ, ଭଟ୍ଟୀ ରୋଡ, ଦରଘାଇ ମୋହଲ୍ଲା, ସେଣ୍ଟ୍ରାଲ ମାର୍କେଟ, ଗଣେଶ ଚୌକ, ନେତାଜୀ ମାର୍ଗ, ଜାମା ମସଜିଦ ଗଲି, ମାଡୁ ମହାରାଜ ଗଲିରୁ କଣ୍ଟେନମେଣ୍ଟ ଆଦେଶ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ଆଦେଶନାମା ପ୍ରକାଶିତ ହୋଇଛି। ମଙ୍ଗଳବାର ସକାଳ 6ଟାରୁ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ତେବେ, ମୁଖ୍ୟ ରାସ୍ତାର ଡାହାଣ ପାର୍ଶ୍ଵରେ କଣ୍ଟେନମେଣ୍ଟ ଜୋନରେ ଥିବା ଅଞ୍ଚଳ ଯଥା ଜନତା ନିବାସ ଗଲି, ଦିନାନାଥ ଗଳି, ଉର୍ଦୁ ସ୍କୁଲ ଗଳି, ନାଲା ରୋଡ, ସିଂ ବିଲ୍ଡିଂ ଗଳି, ଆନନ୍ଦ ଭବନ ରାସ୍ତା, ଆରଡିଏ ବିଲଡିଂ ଅଞ୍ଚଳ, ଆଜାଦ ମୋହଲ୍ଲା ଅଞ୍ଚଳ, କୁରେସି ମୋହଲ୍ଲା ଅଞ୍ଚଳ, ତେଲିପଡା, ହାସନପୁର, ମହତାବ ରୋଡ, ନୁର ମସଜିଦ ଗଳି, ଇତ୍ୟାଦି ଅଞ୍ଚଳରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ବଳବତ୍ତର ରହିବ। ଜନତା ନିବାସ ଛକଠାରୁ ଆନନ୍ଦ ଭବନ ଛକ ମଧ୍ୟରେ ମୁଖ୍ୟ ରାସ୍ତାକୁ ସମ୍ମୁଖ କରି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କୁହାଯାଇଛି ।

Related Posts

About The Author

Add Comment