ଯାଜପୁର ସଦର, ୦୨ା୦୪: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ସରପଂଚଙ୍କୁ ଅନ୍ୟ ଏକ ରାଜନୈତିକ ଦଳର ଗୋଷ୍ଠି ସରପଂଚଙ୍କୁ ଆକ୍ରମଣ ଘଟଣାକୁ ନେଇ ଆସାମୀ ମାନଙ୍କୁ ଗରଫ କରିବା ପ୍ରତିବାଦରେ ରାଉତରାପୁର ସରପଂଚ ସ୍ନେହଲତା ସାହଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବ୍ରହ୍ମବରଦା ଥାନାରେ ଶ୍ରୀମତୀ ସାହୁ ଅଭିଯୋଗ କରିବା ପରେ ବ୍ରହ୍ମବରଦା ଥାନା ପୋଲିସ ପକ୍ଷରୁ ତଦନ୍ତରେ ଶିଥିଳତା ଦେଖା ଦେବାରୁ ରାଉତରାପୁର ସରପଂଚ ସାମ୍ବଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏନେଇ ବ୍ରହ୍ମବରଦା ଥାନା ପୋଲିସ ପକ୍ଷରୁ ତଦନ୍ତ କରୁଥିବା ବେଳେ, ପୋଲିସ ନିରବତା ଦେଖା ଦେଖାଦେବାରୁ ଆସନ୍ତା ୩ ତାରିଖରେ ବ୍ରହ୍ମରଦା ସମ୍ମୁଖରେ ଅନଶନ କରିବେ ବୋଲଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ସରପଂଚ ଜୀବନ ପ୍ରତି ବିପଦ ରହିଥିବା ସାମ୍ବାଦକିକ ସମ୍ମିଳନୀରେ ସୂଚନା ଦେବା ସହିତ ତାଙ୍କୁ ସରୁକ୍ଷା ଦେବାଲାଗି ଗଣମାଧ୍ୟମରେ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୨ ତାରିଖରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସିଡିଏମ ଦୁଃଖବନ୍ଧୁ ନାୟକ ରସୁଲପୁର ତହସିଲଦାର ନିରଂଜନ ସାହୁ ସରକାରୀ ଜମୀ ହଡ଼ପ ଘଟଣାକୁ କେନ୍ଦ୍ରକରି ଅଭିଯୋଗ ପାଇବା ପରେ ତଦନ୍ତ କରିବା ପାଇଁ ରାଉତରାପୁର ପଂଚାୟତକୁ ଆସିଥିଲେ । ଏସମ୍ପର୍କରେ ସୂଚନା ପାଇଁ ସରପଂଚ ସ୍ୱେହଲତା ସାହୁ ତାଙ୍କ ସ୍ୱାମୀ ପ୍ରତାପ ସାହୁ ତଦନ୍ତ ସ୍ଥାନକୁ ଯାଇଥିବା ବେଳେ, ତଦନ୍ତ ଚାଲୁଥିବା ବେଳେ, ଅଭିଯୁକ୍ତ ପ୍ରଭାତ ପୃଷ୍ଟି, ପ୍ରଶାନ୍ତ ପୃଷ୍ଟି, ତ୍ରୟଲୋକ ପୃଷ୍ଟି, ଅଶୋକ ପୃଷ୍ଟି, ସାଧୁ ସାହୁ, ମଦନ ସାହୁ ଘଟଣା ସ୍ଥଳରେ ପହଞ୍ôଚ ସରପଂଚ ଏବଂ ତାଙ୍କ ସ୍ୱାମୀଙ୍କୁ ଗାଳି ଗୁଲଜ କରିବା ସହିତ ଧମକ ଦେଇଥିଲେ । ଏହାକୁ ସ୍ନେହଲତାଙ୍କ ସ୍ୱାମୀ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ବଚସା ହୋଇଥିଲା । ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ବଚସା ହେବାରୁ ଏହାକୁ ପ୍ରଶାସନ ଅଧିକାରୀ ହସ୍ତକ୍ଷେପ କରି ଶାନ୍ତ କରିଥିଲେ । ସରପଂଚ ଏବଂ ତାଙ୍କ ସ୍ୱାମୀ ଦିଅର ଘରକୁ ଆସୁଥିବା ବେଳେ, ଆସାମୀ ମାନେ କୁଣ୍ଡପାଟଣା ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ମରଣାତ୍ମକ ଆକ୍ରମଣ କରିବା ସହିତ ସରପଂଚଙ୍କ ବେକରୁ ସୁନା ଚେନ ଏବଂ ଲକେଟକୁ ଛଡ଼ାଇ ନେଇଥିଲେ । ଗ୍ରାମର କିଛି ଯୁବକ ଘଟଣା ସ୍ଥଳରେ ପହଁଞ୍ôଚ ଯିବାରୁ ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ । ସରପଂଚ ଏବଂ ତାଙ୍କ ସ୍ୱାମୀଙ୍କୁ ଗ୍ରାମର କିଛି ଯୁବକ ଚିକିତ୍ସା କରିବାପରେ ୨୧ ତାରିଖ ରାତିରେ ଶ୍ରୀମତୀ ସାହୁ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ବ୍ରହ୍ମବରଦା ପୋଲିସ ୨୮/୨୩ ରେ ମାମଲା ରୁଜୁ କରିଥିଲେ । ଏହି ଘଟଣାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ଶିଥିଳତା ଦେଖା ଦେବାରୁ ସରପଂଚ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କୁ ଭେଟିବା ସହିତ ପୋଲିସ ଉପଖଣ୍ଡ ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କୁ ଭେଟି ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି । ଏନେଇ ଆମପ୍ରତିନିଧି ବ୍ରହ୍ମବରଦା ଥାନା ଅଧିକାରୀଙ୍କୁ ପଚାରିବରୁ କେସ କରାଯାଇଚି ବୋଲି ବ୍ରହ୍ମବରଦା ଥାନା ଅଧିକାରୀ ଏସ ଦାଶରଥି ପାତ୍ର ଆମ ପ୍ରତିନିଧିଙ୍କୁ ସୂଚନା ଦେଛନ୍ତି ।
ରାଉତରାପୁର ସରପଂଚଙ୍କୁ ଆକ୍ରମଣ ଘଟଣାକୁ ନେଇ ସାମ୍ବଦିକ ସମ୍ମିଳନୀ
|
April 4, 2023 |



