ରାଇରଙ୍ଗପୁର, ୦୯/୧୦/୨୦୨୧ (ସନ୍ଧାନ ନିଉଜ) : ରାଇରଙ୍ଗପୁର ରେ ଆଜି ଏକ କିଡନୀ ଡାଇଲିସିସ ସେଣ୍ଟର ଉଦ୍ଘାଟିତ ହୋଇଛି।ଝାରଖଣ୍ଡ ର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫିତା କାଟି ଉଦ୍ଘାଟିତ କରିଥିଲେ। ରାଇରଙ୍ଗପୁର ତଥା ଆଖପାଖ ର ଅନେକ କିଡନୀ ରୋଗୀ ଙ୍କୁ ସପ୍ତାହ ରେ ଦୁଇ ରୁ ତିନି ଥର ଡାଇଲିସିସି ପାଇଁ ଝାରଖଣ୍ଡ ର ଜାମସେଦପୁର ତଥା ବାରିପଦା ଯିବାକୁ ପଡୁଥିଲା।ଯାହା ଦ୍ୱାରା ସମୟ ଅପଚୟ ସହିତ ଅଯଥା ଗାଡିଭଡା ରେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା। ରାଇରଙ୍ଗପୁର ଅରବିନ୍ଦ ଶିକ୍ଷା କେନ୍ଦ୍ର ନିକଟରେ ଖୋଲିଥିବା ଏହି ସେଣ୍ଟର ଦ୍ୱାରା ଉପଖଣ୍ଡ ର ଅନେକ କିଡନୀ ରୋଗୀ ବିଶେଷ ଉପକୃତ ହେବା ସହିତ ଅଯଥା ଖର୍ଚ୍ଚରୁ ବଞ୍ଚିବା ସହିତ ସମୟ ମଧ୍ୟ ବଞ୍ଚିବ।ଭବାନୀ କିଡନୀ ଡାଇଲିସ ସେଣ୍ଟର ର ଖୋଲିବା ଦ୍ୱାରା ସ୍ଥାନୀୟ ରୋଗୀ ତଥା ତାଙ୍କ ପରିବାର ଲୋକେ ଉପକୃତ ହୋଇପାରିବା ନେଇ ଶ୍ରୀମତୀ ମୁର୍ମୁ ଖୁସି ବ୍ୟକ୍ତ କରିବା ସହିତ ସେଣ୍ଟର ମାଲିକ ଭବାନୀ ମହାନ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।
ରାଇରଙ୍ଗପୁର ରେ ଖୋଲିଲା ଚବିଶ ଘଣ୍ଟିଆ କିଡ୍ନୀ ଡାଇଲିସିସ ସେଣ୍ଟର. ●
|
October 9, 2021 |