ରାଇକିଆ ବ୍ଲକକୁ ଏନଏସି ମାନ୍ୟତା ଦାବୀ ଜୋର ଧରିଲା

Spread the love

ବାଲିଗୁଡା,18/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକକୁ ଏନ୍ଏସି ଘୋଷଣା ପାଇଁ ଦାବୀ ଜୋର ଧରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ରାଇକିଆ ଜିଲ୍ଲାର ଏକ ପ୍ରମୁଖ ତଥା ଦୃତ ପ୍ରଗତିଶୀଳ ସହର ହୋଇଥିବା ବେଳେ ଦିନକୁଦିନ ସହରବାସୀ ଆବଶ୍ୟକ ଅନୁଯାୟୀ ସାଧାରଣ ସୁବିଧା ପାଇ ପାରୁନାହାନ୍ତି। ରାଇକିଆ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀଭାବେ ବେଶ୍ ଖ୍ୟାତ ରହିଛି। ଦିନକୁଦିନ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଇକିଆ ସହରର ବିକାଶ ତଥା ଜରୁରୀ ଆବଶ୍ୟକ ପାଇଁ ପଞ୍ଚାୟତ  ଅନୁଦାନ ଯଥେଷ୍ଟ ହୋଇ ପାରୁନାହିଁ। ବିଶେଷ କରି ପାନୀୟବ ଜଳ ଯୋଗାଣ ବ୍ୟବସ୍ଥା ୪୦ବର୍ଷ ତଳର ପୁରୁଣା ଯୋଜନାରେ ଚାଲିଛି। ସବୁ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ରାସ୍ତା ଘାଟ ନିର୍ମାଣ ମଧ୍ୟ ଆବଶ୍ୟକ ଅନୁଯାୟୀ ହୋଇପାରୁନାହିଁ। ରାଜସ୍ୱ ବିଭାଗ ତରଫରୁ ଭୁସମ୍ପତି ମୂଲ୍ୟାଙ୍କନ ସହରାଞ୍ଚଳ ଭାବେ କରାଯାଉଥିଲେ ମଧ୍ୟ ଏନ୍ଏସିର ମାନ୍ୟତା ମିଳିପାରୁନାହିଁ। ପରିମଳବ୍ୟବସ୍ଥା, ବିଦ୍ୟୁତ କରଣୀ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଆବାସିକ ଯୋଜନାଇତ୍ୟାଦି ଉନ୍ନୟନ କାର୍ଯ୍ୟଅଗ୍ରଗତି ହୋଇପାରୁନାହିଁ। ରାଇକିଆକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଁ ଏକ ବୈଠକ ସଭାପତି ସତ୍ୟବାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଯାଇଛି। ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ କମିଟି ତରଫରୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

Related Posts

About The Author

Add Comment