ରସୁଲୁପୁର ବ୍ଲକରେ ସାମାଜିକ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର

Spread the love

ରସୁଲୁପୁର, ୨୨/୧୦/୨୦୨୨ (ସନ୍ଧାନ ନିଉଜ) ରସୁଲୁପୁର ବ୍ଲକରେ ସାମାଜିକ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ବିଡିଓ ଅବନିକାନ୍ତ ସାହୁ ଙ୍କ ଅଧକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ସୂଚନା ମୁତାବକ ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ତାର ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ତାହାକୁ ନେଇ ରହିଥିବ ଜନ ସାଧାରଣ, ପ୍ରଶାସନର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମାଧାନର ସୂତ୍ର ସମ୍ପର୍କରେ କହିଥିଲି l ଶିବିରରେ ଜାତୀୟ ସାମାଜିକ ସହାୟତା, ପଞ୍ଚଦସ ଅର୍ଥ କମିଶନ ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରା ଯାଇଥିଲା l ଏମଜି ଏନଆରଇଟିଏସରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ସମୀକ୍ଷା କରାଯାଇଥିଲା l ଏଥିରେ 1ଏପ୍ରିଲ 2021ରୁ ମାର୍ଚ୍ଚ 2022ପର୍ଯ୍ୟନ୍ତ ଉପରୁକ୍ତ ଯୋଜନାରେ ଖର୍ଚ୍ଚ ହୋଇଥିବା ଅନୁଦାନ ସମ୍ପର୍କରେ ଏବିଡିଓ ଦିବ୍ୟକାନ୍ତ ମିଶ୍ର ସୂଚନା ଦେଇଥିଲେ l ଏମଜିଏନଆରଇଟିଏସରେ ନଠୁଆବର ପଞ୍ଚାୟତ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ 89.83 ଟଙ୍କା ଖର୍ଚ୍ଚ କରି ବ୍ଲକ ରେ ପ୍ରଥମେ ସ୍ଥାନ ଅଧିକାର କରିଥିବା ବେଳେ ବାରବାଟୀ ପଞ୍ଚାୟତରେ ସର୍ବାଧିକ 155 ଜଣ ଜବକାର୍ଡଧାରୀଙ୍କୁ 100 ଦିନର କାର୍ଯ୍ୟ ଯୋଗାଇ ଦିଆଯାଥିବାରୁ ଏସବୁ ପଞ୍ଚାୟତର ଉଦ୍ୟମକୁ ପ୍ରଶଂସା କରାଯାଇଥିଲା l ସାମାଜିକ ନିରାପତ୍ତା ଯୋଜନାରେ ହିତାଧିକାରୀଙ୍କ ସହାୟତା ଅର୍ଥ ସେମାନଙ୍କ ଜମାଖାତାକୁ ଯାଉଥିବବେଳେ ଏ ନେଇ ନନା ସମସ୍ୟା ଦେଖାଦେଉଛି ବୋଲି ଅଭିଯୋଗ ହୋଇଥିଲା l ଏହାର ସମାଧାନ ପାଇଁ କେଉଁ ସବୁ ଦିଗପ୍ରତି ଧ୍ୟାନ ଦେବାକୁ ହବ, ଆଉ ଏଥିରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନର କଣ ଭୁମିକା ରହିବ ସେଦିଗରେ ପ୍ରକଳ୍ପ ନିର୍ଦେଶକ ବେଉରିଆ ସୂଚନା ଦେଇଥିଲେ l ବ୍ଲକର 28 ପଞ୍ଚାୟତରେ ମୋଟ 25.474 ଜଣକୁ ଜବକାର୍ଡ ପ୍ରଦାନ କରାଯାଇଥିଲା l ସେଥିମଧ୍ୟରୁ 6.695 ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଥିବା ବେଳେ 2.46.105ଟି ଶ୍ରମଦିବସ ସୃଷ୍ଟି କରାଯାଇଥିଲା l ଏହି ସମୟ ମଧ୍ୟରେ 126 ଟି ପରିବାରକୁ 100 ଟି କାର୍ଯ୍ୟ ଦିବସ ଯୋଗାଇ ଦିଆଯାଇଥିଲା l ଏହି ଆର୍ଥିକ ବର୍ଷରେ 3060ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା l ମଜୁରୀ ଓ ସାମଗ୍ରୀ ବାବଦକୁ 880.76ଲକ୍ଷ୍ୟ ଟଙ୍କା ବେୟ କରାଯାଇ 1088ଟି ସ୍ଥାଇ ସମ୍ପତି ସୃଷ୍ଟି କରାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା l ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲା ସାମାଜିକ ସମୀକ୍ଷକ ସତ୍ୟରଞ୍ଜନ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବ୍ଲକ ସରକାରୀ ନିର୍ବାହି ଯନ୍ତ୍ରୀ ସୋନାଲି ଧଳ, ଏପିଓ ବିଷ୍ଣୁଦତ ଧଳ, ପ୍ରମୁଖ ଯୋଗ ଦେଇଥିଲେ l ବ୍ଲକ ର ବିଭିନ୍ନ ବିଭାଗ ଅଧିକାର, ସାମାଜିକ କର୍ମୀ, ଗ୍ରାମ ସମ୍ବଳ ସମୀକ୍ଷକ, ପିଇଓ, କନିଷ୍ଟ ଯନ୍ତ୍ରୀ ଓ ଜିଆରେଏସ ପ୍ରମୁଖ ଯୋଗଦେଇ,ଆଲୋଚନରେ ଅଂଶ ଗ୍ରହଣ କରିଥିଲା l

Related Posts

About The Author

Add Comment