ରସୁଲପୁର ବ୍ଲକ ବିଦ୍ୟାଳୟ ସମୂହରେ ପାଳନ ହେଲାନି ଉତ୍କଳ ଦିବସ: ବରପୁତ୍ରଙ୍କୁ ମିଳିଲା ନି ଫୁଲମାଳଟିଏ, ମିଥ୍ୟା ମଧ୍ୟାହ୍ନ ଭୋଜନ ରିପୋର୍ଟ ପ୍ରଦାନ କରି ଅର୍ଥ ହଡପ୍ ସମୁଧା
ରସୁଲପୁର ବ୍ଲକ ବିଦ୍ୟାଳୟ ସମୂହରେ ପାଳନ ହେଲାନି ଉତ୍କଳ ଦିବସ: ବରପୁତ୍ରଙ୍କୁ ମିଳିଲା ନି ଫୁଲମାଳଟିଏ, ମିଥ୍ୟା ମଧ୍ୟାହ୍ନ ଭୋଜନ ରିପୋର୍ଟ ପ୍ରଦାନ କରି ଅର୍ଥ ହଡପ୍ ସମୁଧା
Manas Kumar Rout |
April 1, 2019 |

ରସୁଲପୁର ,୧/୪ (ସନ୍ଧାନ ନିୟୁଜ) ଆଜି ଦିବସରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧,ଅପ୍ରେଲ୧୯୩୬ରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପରିଚୟ ଅର୍ଜନ କରିଥିଲା । ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସକୁ ହର୍ଷୋଲ୍ଲାସର ସହ ପାଳନ ହୋଇଛି । ହେଲେ ବିଦ୍ୟାଳୟ ଗୁଡିକରେ ଏ ଦିଗରେ ବ୍ୟତିକ୍ରମ ଦେଖାଦେଇଛି । ଏହି ଦିବସକୁ ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯିବ । ଏ ନେଇ ସରକାରୀ ନିଦେ୍ର୍ଦଶାନାମା ରହିଛି । ହେଲେ ଯାଜପୁର ଜିଲା ରସୁଲପୁର ବ୍ଲକର ବିଦ୍ୟାଳୟଗୁଡିକରେ ଏହାକୁ ପାଳନ କରିବାରେ ବ୍ୟତିକ୍ରମ ଦେଖାଦେଇଛି । ଏହି ବ୍ଲକର ବିଦ୍ୟାଳୟଗୁଡିକ ଦିବସକୁ ପାଳନ କରାଯିବା ବଦଳରେ ଅଘୋଷିତ ଛୁଟି ଘୋଷଣା କରାଯାଇଛି । ଏହି ଅବସରରେ ଅନେକ ବିଦ୍ୟାଳୟରୁ ତାଲା ଖୋଲି ନଥିବାର ଦେଖାଯାଇଛି । କ୍ଷେତ୍ର ପରିଦର୍ଶନ ସମୟରେ ଏଭଳି ତ୍ରୁଟିବିଚୁ୍ୟତି ନଜରକୁ ଆସିଛି । ଏପରି କି କେତେକ ବିଦ୍ୟାଳୟ ପରିସରରେ ଥିବା ଓଡିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିିରେ ଫୁଲ ମାଳଟିଏ ପଡି ନଥିବାର ଦେଖାଯାଇଥିଲା । ଆଉ କେତେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିବେଶଣ କରାନଯାଇ ମଥ୍ୟା ରିପୋର୍ଟ ପ୍ରଦାନ କରାଯାଇଛି । ଏଭଳି କରାଯାଇ ଏ ବାବଦରେ ଅର୍ଥ ହଡପ କରିବାକୁ ମସୁଧା କରାଯାଉଛି ବୋଲି ଅଭିଯୋଗ ହେଉଛି ।
ଉକ୍ରଳ ଦିବସରେ ବିଦ୍ୟାଳୟଗୁଡିକ ଛୁଟି ରହିବ ନାହିଁ । ଏହି ଦିବସକୁ ପାଳନ କରାଯିବ । ଏହି ଦିନରେ ଅନ୍ୟ ସବୁ କାର୍ଯ୍ୟ ଦିବସ ଭଳି ପିଲା ଓ ଶିକ୍ଷୟତ୍ରୀଶିକ୍ଷକ ଆସିବେ । ମାତ୍ର ଏହି ଦିନରେ ପାଠ ପଢା ହେବାନାହିଁ । ଦିବସ ସଂପର୍କରେ ଆଲୋଚନା ହେବ । ଏ ନେଇ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଯିବ । ସବୁ ଦିିନ ଭଳି ଏହି ଦିନରେ ବି ମଧ୍ୟାହ୍ନ ଭୋଜନ ପରିବେଷଣ କରାଯିବ । ମାତ୍ର ଏହି ବ୍ଲକର ଅଧିକାଂଶ ବିଦ୍ୟାଳୟରେ ତାଲା ଖୋଲିନାହିଁ କି ମଧ୍ୟାହ୍ନ ଭୋଜନ ପରିବେଶଣ ହୋଇନାହିଁ । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ ଓଡିଶାର ଇତିହାସ ସଂପର୍କରେ ଅବଗତ ହେବାରୁ ବଂଚିତ ହୋଇଛନ୍ତି ହଜାର ହଜାର ଛାତ୍ରୀଛାତ୍ର । ବିଦ୍ୟାଳୟଗୁଡିକ ବନ୍ଦ ରହିବାରୁ ଏଭଳି ଘଟିଛି ବୋଲି କୁହାଯାଉଛି । ଏ ନେଇ ପୋର୍ଟାଲରେ ଉପଲବ୍ଧ ଥିବା ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି । ଏହି ବ୍ଲକରେ ୨୨୪ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଲୁଥିବା ବେଳେ ୧୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିବେଶଣ କରାଯାଇ ନଥିବା ସଂପର୍କରେ ତଥ୍ୟରେ ଦର୍ଶାଯାଇଛି । ଏହି ବିଦ୍ୟାଳୟ ଗୁଡିକୁ ଅଘୋଷିତ ଛୁଟି ବୋଲି ଘୋଷଣା କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏ ଦିଗରେ ତଦନ୍ତ କରାଗଲେ ବାସ୍ତବ ଚିତ୍ର ପଦାକୁ ଆସିପାରିବ ବୋଲି କୁହାଯାଉଛି । ଏ ସଂପର୍କରେ ଅଭିଯୋଗ ପାଇ କେତେକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲୁ । ସେଥି ମଧ୍ୟରୁ ହିଙ୍ଗୁଳା ଗୋପାଳ ପଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଉଦାହରଣ ଭାବରେ ନିଆଯାଇ ପାରେ । ଏହି ବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ଗଳାଇ ଦିଆଯାଇ କାମ ସାରିଦିଆ ଯାଇଥିଲା । ମାତ୍ର ବିଦ୍ୟାଳୟକୁ ଜଣେ ହେଲେ ପିଲା ଆସି ନଥିଲେ । ହେଲେ ବିଦ୍ୟାଳୟରେ ୮୬ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି ବୋଲି ରିପୋର୍ଟ ପ୍ରଦାନ କରାଯାଇଛି । ଏ ସଂପର୍କରେ ପ୍ରଧାନ ଶିକ୍ଷକ କମଳ ଲୋଚନ ପଣ୍ଡାଙ୍କୁ ପଚାରିବାରୁ ସେ ମାଟ୍ରିକ ପରୀକ୍ଷା ଖାତା ମୂଲାୟନ ପାଇଁ ଯାଉଛନ୍ତି । ତେବେ ଏ ନେଇ ସହାକାରୀ ଶିକ୍ଷକ ଗୁରୁ ସାର୍ଙ୍କୁ ଦାଇତ୍ୱ ଦେଇଥିଲେ । ସେ ମଧ୍ୟାହ୍ନ ଭୋଜନ ପରିବେଶଣ କରିଥିବେ ବୋଲି କହିଛନ୍ତି । ମାତ୍ର କେତେକ ଅଭିଭାବକ ନିଜର ନାମଗୋପନ ରଖିବା ସର୍ତ୍ତରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରନ୍ଧା ଯାଇନଥିବା କଥା ପ୍ରକାଶ କରିଛନ୍ତି । ସେହିପରି ପ୍ରଥମାଖଣ୍ଡ ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ଉକ୍ରଳ ଦିବସ ପାଳନ ହୋଇନାହିଁ । ଆଜି ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ବିଦ୍ୟାଳୟ ପରିସରରେ ଥିବା ଓଡିଆର ବରପୁତ୍ର ଗୋପବନ୍ଧୁ ଦାସ ପ୍ରତିିମୂର୍ତ୍ତିକୁ ଫୁଲମାଳଟିଏ ମିଳିନଥିଲା ।
ଏ ଦିଗରେ ପ୍ରଧାନ ଶିକ୍ଷକ ମେଘନାଦ ମଲିକଙ୍କୁ ପଚାରିବାରୁ ଛୁଟି ତାଲିକାରେ ଏହି ଦିବସକୁ ପାଳନ ଦିବସ ସଂପର୍କରେ ଉଲ୍ଲେଖ କରାଯାଇନାହିଁ । ମାତ୍ର ପୂର୍ବ ବର୍ଷମାନଙ୍କରେ ଏହି ଦିବସକୁ ବିଦ୍ୟାଳୟରେ ପାଳନ କରାଯାଇଆସୁଥିଲା । ମାତ୍ର ଏଥର କାହିଁକି ତ୍ରୁଟି ବିଚୁ୍ୟତି ରହିଛି ସେ ସଂପର୍କରେ କହିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏ ନେଇ ବ୍ଲକ ଶିକ୍ଷାଧିକାରୀ ସାନ୍ତନୁକରଙ୍କୁ ପଚାରିବାରୁ ବିଦ୍ୟାଳୟ ଗୁଡିକୁ ପ୍ରଦାନ କରାଯାଇଥିବା ଛୁଟି ତାଲିକା ତଳେ କେଉଁ କେଉଁ ଦିବସକୁ ପାଳନ କରାଯିବ ସେ ନେଇ ଉଲ୍ଲେଖ ରହିଛି । ତାକୁ ସବୁ ବିଦ୍ୟାଳୟ ମାନବା ଉଚିତ୍ । ସେ ଆଜିି କିଛି ବିଦ୍ୟାଳୟକୁ ଯାଇଥିଲେ । ମାତ୍ର ସବୁ ବିଦ୍ୟାଳୟକୁ ବୁଲିବା ସମ୍ଭବପର ନୁହେଁ ବୋଲି ପ୍ରକାଶ କରିଛନ୍ତି ।
Report- Jagamohan Rout
Related Posts
About The Author