ରସୁଲପୁର ବ୍ଲକ ଅଧ୍ୟକ୍ଷ ମହେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ନିମ୍ନ ମାନର କାର୍ଯ୍ୟର ତଦନ୍ତ କଲେ

Spread the love

ଯାଜପୁର ସଦର, ୧୮/୦୪/୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମେହଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମରେ ମେହଶ୍ୱରପୁର ଉଚ୍ଚ ବିଦ୍ୟାଳୟରେ ୫ ଟି ଅଧିନରେ କାର୍ଯ୍ୟ କରାଯାଇଥିବା ବିଦ୍ୟାଳୟର କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବାରୁ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତଙ୍କ ନିକଟରେ ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହେବା ପରେ ଶ୍ରୀ ରାଉତ ମହେଶ୍ୱରପୁର ଉଚ୍ଚ ବିଦ୍ୟାଳୟରେ ପହଁଞ୍ôଚ ବିଦ୍ୟାଳୟ କାର୍ଯ୍ୟକୁ ତଦନ୍ତ କରିବା ସହିତ ବିନା ଫଳକରେ କାର୍ଯ୍ୟ କରାଯାଉଥିବାରୁ ଗ୍ରାମର ସେକ ଜାକିର ହୁସେନ, ସେକ ଆଶାରୁଲ ହକ, ପଂଚାନନ, ୱାର୍ଡ଼ ସଭ୍ୟା ସିଖା ପ୍ରିୟଦର୍ଶିନୀ ସାହୁ, ଚିମ୍ନୟୀ ଦାସ, ଜିନାତୁନ ନେସା, ଫେମିଦା ଇସାମିନ, ନୁର ଅପସାନା, ସମିତି ସଭ୍ୟଙ୍କ ସହିତ ଗ୍ରାମବାସୀ ମାନେ ଏହି କାର୍ଯ୍ୟକୁ ବିରୋଧ କରିଥିଲେ । ଏନେଇ ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷ ଅରୁଣ ରାଉତ ଘଟଣା ସ୍ଥଳରେ ପହଁଞ୍ôଚ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଲିଖିତ ଆକାରରେ ପ୍ରଶାସନ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଏହି ଅଭିଯୋଗର ସତ୍ୟତାକୁ ତଦନ୍ତ କରିବା ପାଇଁ ଶ୍ରୀ ରାଉତ ବିଦ୍ୟାଳୟରେ ପହଁଞ୍ôଚ ଅଭିଯୋଗ କରାଯାଇଥିବା ବିଷୟରେ ତଦନ୍ତ କରିବା ସହିତ ବିଦ୍ୟାଳୟ କାର୍ଯ୍ୟ ନିମ୍ନ ମାନର ହେଉଥିବା ମହେଶ୍ୱରପୁର ପଂଚାୟତ ସରପଂଚ ଏବଂ ସମିତି ସଭ୍ୟଙ୍କୁ ଶ୍ରୀ ରାଉତ ଡାକି ଥିଲେ । ୫ଟି ଯୋଜନାରେ ବିଦ୍ୟାଳୟ ଗୁଡ଼ିକୁ ଉନ୍ନତିମାନର କରାଯାଉଥିବାରୁ ଏହି ବିଦ୍ୟାଳୟ ନିମ୍ନମାନର ହୋଇଥିବା ଶ୍ରୀ ରାଉତ ଦେଖିବାକୁ ପାଇଥିଲେ । ଏ ନେଇ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରାଯିବା ପରେ ଫାଣ୍ଡି ପରିଶରରେ ଅଭିଯୋଗ କରିଥିବା ସାମ୍ବାଦିକ ମାନଙ୍କୁ ଧମକ ଦିଆଯାଇଚି ।

Related Posts

About The Author

Add Comment