ରସୁଲପୁର ବ୍ଲକ୍ ପରିସରରେ ଧର୍ମଶାଳା ବିଧାୟକ ଓ ବରୀ ବିଧାୟୀକାଙ୍କ ସମିକ୍ଷା
ରସୁଲପୁର ବ୍ଲକ୍ ପରିସରରେ ଧର୍ମଶାଳା ବିଧାୟକ ଓ ବରୀ ବିଧାୟୀକାଙ୍କ ସମିକ୍ଷା
Manas Kumar Rout |
August 11, 2019 |

ରସୁଲପୁର, ୧୧/୮ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଅନ୍ତର୍ଗତ ରସୁଲପୁର ବ୍ଲକ୍ ପରିସରରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଓ ବରୀ ବିଧାୟୀକା ସୁନନ୍ଦା ଦାସ ଏକ ସମିକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ କିପରି ଘର ଯୋଗାଇ ଦିଆଯାଇପାରିବ ଆଲୋଚନା କରିବା ସହିତ ପ୍ରଶାସନ ଅଧିକାରୀ ମାନଙ୍କୁ ତିକ୍ଷ୍ଣ ନଜର ରଖିବା ପାଇଁ କଡ଼ା ନିଦେ୍ର୍ଦଷ ଦେଇଥିଲେ । ରସୁଲପୁର ବ୍ଲକ୍ରେ ବରୀ ନିର୍ବାଚନ ମଣ୍ଡଳର ୧୦ ଗୋଟି ପଂଚାୟତ ଓ ଧର୍ମଶାଳା ନିର୍ବାଚନ ମଣ୍ଡଳର ୯ ଗୋଟି ପଂଚାୟତ ରହିଚି । ଏଣୁ ସରକାରଙ୍କ ଯୋଜନା ମୁତାବିକ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଗ୍ୟ ହିତାଧିକାରି ମାନେ କିପରି ପାଇପାରିବେ ଓ ଠିକ୍ ସମୟରେ ହିତାଧିକାରୀ ମାନେ କିପରି କାର୍ଯ୍ୟ ଶେଷ କରିପାରିବେ ଏବାବଦରେ ଧର୍ମଶାଳା ବିଧାୟକ ବରୀ ବିଧାୟୀକା ଏହି ବୈଠକରେ ଆଲୋଚନା କରିଥିଲେ । ଏବଂ ଚତୁର୍ଦ୍ଦଶ କମିଶନ ଙ୍କ ଅର୍ଥ ସାହାଯ୍ୟରେ କିପରି ଗ୍ରାମ୍ୟ ଜଳ ଯୋଗାଣ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ଉନ୍ନୟନ ମୁଳକ କାର୍ଯ୍ୟ କରାଯାଇପାରିବ ତାହାର ଏକ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ବରୀ ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଦେବେନ୍ଦ୍ର ଦାସ, ରସୁଲପୁର ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଯୋଗଦାନ କରିଥିଲେ । ସାମନ୍ତରାପୁର ପଂଚାୟତ ସରପଂଚ ଅଭିମନୁ୍ୟ ମହାଳିକ, ଅତଲାପୁର ପଂଚାୟତ ସରପଂଚ ପ୍ରଫୁଲ ସାହୁ, ବ୍ରହ୍ମବରଦା ପଂଚାୟତ ସରପଂଚ ବିଜୟ ଦାସ ଓ ଅନ୍ୟ ପଂଚାୟତ ସରପଂଚ ଏବଂ ସମିତି ସଭ୍ୟ ମାନେ ଯୋଗ ଦାନ କରିଥିଲେ । ଏହି ଆଲୋଚନା ରସୁଲପୁର ପଂଚାୟତ ସମିତି ବି.ଡି.ଓ ଉମାକାନ୍ତ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏହି ଆଲୋଚନାରେ ଏ.ବି.ଡି.ଓ ଅସିତ ପାତ୍ର, ସହକାରୀ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ନମିତି ହାଂସଦା, ସି.ଓ କୃଷ୍ଣ ନାୟକ, ଯୋଗାଣ ନରୀକ୍ଷକ ଅନୁଜ ସାହୁ ସମେତ ସମସ୍ତ ପଂଚାୟତ ପି.ଓ ଯୋଗଦାନ କରିଥିଲେ ।
Related Posts
About The Author