ରସୁଲପୁର ବ୍ଲକ୍ର କୁଆଖିଆ ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଟିତ ହେଉଛି

Spread the love

ଯାଜପୁର ସଦର, ୧୮/୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା, ରସୁଲପୁର ବ୍ଲକ୍ ଅନ୍ତର୍ଗତ କୁଆଖିଆ ଲକ୍ଷ୍ମୀନାରାୟଣ ଗଜଲକ୍ଷ୍ମୀ ପୂଜା ଧନୁ ସଂକ୍ରାନ୍ତି ଅବସରରେ ପୂଜା ମଣ୍ଡପ ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଗଜଲକ୍ଷ୍ମୀ ପୂଜା ଅନୁଷ୍ଟିତ ହେଉଥିବା ବେଳେ, ସଂନ୍ଧ୍ୟା ୭ ଘଟିକା ୪୭ ମିନିଟରେ କଳସ ବୁଡ଼ା ଯିବା ସହିତ ତେଲିଙ୍ଗ ବାଦ୍ୟ ନାଦରେ ଓରାଳୀ ନିକଟସ୍ଥ ପବିତ୍ର ପୁଷ୍କରଣୀରେ କଳସ ବୁଡ଼ାଯାଇ ଘଟ ସ୍ଥାପନ କରାଯାଇ ପୂଜା କମିଟିର ସଭାପତି, ସମ୍ପାଦକ ଏବଂ ବଜାର କମିଟିର ବରିଷ୍ଟ ସଦସ୍ୟ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ପଞ୍ଚ ଉପଚାର ଆସନ ଶୁ୍ଦ୍ଧି, ଭୁତ ଶୁଦ୍ଧି, ନ୍ୟାସ, ଦିଗପାଳ ପୂଜା କରାଯିବା ସହିତ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରାଯାଇଥିଲା । ହଜାର ହଜାର ଦର୍ଶକ ମାନଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବା ସହିତ ଭକ୍ତ ମାନଙ୍କ ସମାଗମକୁ ଆଖି ଆଗରେ ରଖି କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଏବଂ କୁଆଖିଆର ସମସ୍ତ ପୋଲିସ ଆଇନ୍ ଶୃଙ୍ଖଳା ଉପରେ ତିକ୍ଷ୍ନ ନଜର ରଖିଛନ୍ତି । ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା କରାଯାଇଛି । ସୁନ୍ଦର କାରୁକାର୍ଯ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ତ୍ୱରଣ କରାଯାଇ ଆଲୋକ ମାଳାରେ ତ୍ୱରଣ ଝଲସି ଉଠୁଚି । ଗଜ କୁମ୍ଭୀର ଗଜକୁ ଗଭିର ଜଳରୁ ଉଦ୍ଧାର କରିବା ପାଇଁ କୁମ୍ଭିରକୁ ବିନାଶ କରିବା ସହିତ ଏହି ଗଜ ଉଦ୍ଧାରଣ ନାମରେ ପରିଚିତ ହୋଇଛି । ସେହିପରି ସୁନ୍ଦର ମନ୍ଦିର ନିର୍ମାଣ କରାଯାଇ ଧର୍ମଶାଳା ଠାରେ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଟିତ ହେଉଚି । ଧର୍ମଶାଳା ପୋଲିସ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଦୁଇଦିନ ଧରି ପୂଜା କରାଯାଉଛି ।

Related Posts

About The Author

Add Comment