ଯାଜପୁର, ୨୪/୦୩/୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ କରାଯାଇଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲାରେ ବିଜେଡ଼ି ବାଜିମାତ କରିଥିବା ବେଳେ, ବିଭିନ୍ନ ବ୍ଲକର ଅଧ୍ୟକ୍ଷ ପଦ ବିଜେଡ଼ି ହାସଲ କରିଚି । ଯାହାକି ଯାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ବଳବନ୍ତରାୟ, କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ କୁମାର ବଳ, ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନଜର ରଖିଥିବା ବେଳେ, ରସୁଲପୁର ବ୍ଲକର ଯୁବ ସମିତି ସଭ୍ୟ ଅରୁଣ କୁମାର ରାଉତ ସମିତି ସଭ୍ୟ ଭାବରେ ନିର୍ବାଚିତ ହେବାପରେ ରସୁଲପୁର ବ୍ଲକର ଅଧ୍ୟକ୍ଷ ପଦରେ(ଚେୟାରମ୍ୟାନ) କର୍ମୀ ମାନଙ୍କ ଗହଣରେ ଶ୍ରୀଯୁକ୍ତ ରାଉତ ଏକ ଶୋଭା ଯାତ୍ରାରେ ବାହାରି ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟାଳୟରେ ଆସନ ଅଳଙ୍କୃତ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟ ପରିଶରରେ ପୂଜାଅର୍ଚ୍ଚନା କରାଯିବା ସହିତ ଶ୍ରୀ ରାଉତ ଦାୟୀତ୍ୱ ଗ୍ରହଣ କରିଥିଲେ । ରସୁଲପୁର ବ୍ଲକ୍ ବିଡ଼ିଓ ଉମାକାନ୍ତ ପରିଡ଼ା ଶ୍ରୀ ରାଉତଙ୍କୁ ପୁଷ୍ପଗୁଚ୍ଛ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହିତି ଅଫିସ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ଏବଂ ସଭ୍ୟା, ସମିତି ସଭ୍ୟ ସଭ୍ୟା ନବ ନିର୍ବାଚିତ ସରପଂଚ ମାନେ ପୂର୍ବତନ ବ୍ଲକର ଅଧ୍ୟକ୍ଷ ସାରଥି ଜେନାଙ୍କ ସହିତ ପୂର୍ବତନ ସରପଂଚ ସମିତି ସଭ୍ୟ ସଭ୍ୟା ବିଜୁ ଜନତା ଦଳର କର୍ମକର୍ତ୍ତା ଏବଂ ଦଳିୟ କର୍ମି ପୁଷ୍ପଗୁଚ୍ଛ ଦେଇ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଶିଶିର ମହାନ୍ତୀ, ସଭ୍ୟା ସବିତା ଖୂଣ୍ଟିଆ ଶ୍ରୀ ଅରୁଣ କୁମାର ରାଉତଙ୍କୁ ପାଛୋଟି ନେଇଥିଲେ ।
ରସୁଲପୁର ବ୍ଲକର ନୂତନ ଅଧ୍ୟକ୍ଷ ଅରୁଣ ରାଉତ ଶପଥ ନେଲେ
|
March 24, 2022 |



