ରସୁଲପୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ବିପର୍ଯ୍ୟସ୍ତ ଉଦ୍ଧାରର ପୂର୍ବପ୍ରସ୍ତୁତି
ରସୁଲପୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ବିପର୍ଯ୍ୟସ୍ତ ଉଦ୍ଧାରର ପୂର୍ବପ୍ରସ୍ତୁତି
Manas Kumar Rout |
January 22, 2019 |
ଯାଜପୁର, ୨୨/୧(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ରସୁଲପୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ବିପର୍ଯ୍ୟସ୍ତ ସମୟରେ କିଭଳି ଲୋକଙ୍କୁ ଉଦ୍ଧାର କରାଯିବାକୁ ନେଇ ଏକ ପୂର୍ବପ୍ରସ୍ତୁତି ମଧୁପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରସୁଲୁପର ଅଗ୍ନିଶମ ଅଧିକାରୀ ସୁଧାକର ସେଠୀଙ୍କ ନେତୃତ୍ୱରେ କର୍ମଚାରୀ ରଂଜନ କୁମାର ପଟ୍ଟନାୟକ, ଚକ୍ରଧର ଘଢାଇ, ଛବିଳ ବେହେରା, ଲକ୍ଷ୍ମୀକାନ୍ତ ନାୟକ, ନାଥ ମୁଣ୍ଡା, ଅର୍ତତ୍ରାଣ ଖଡିକା, ମାଧପ ରଣା ପ୍ରମୁଖ ଅଂଶ୍ର ଗ୍ରହଣ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କିଭଳି ବିପର୍ଯ୍ୟସ୍ତ ସମୟରେ ଉଦ୍ଧାର କରାଯାଇପାରିବ ସେ ନେଇ ବିିଭିନ୍ନ କଳା କୈଶଳ ପ୍ରଦର୍ଶନ କରି ବୁଝାଇଥିଲେ । ଦୁଇମାହାଲା ଉପରୁ ରଶି ଏବଂ ସିଡି ସାହର୍ଯ୍ୟରେ କିଭଳି ଲୋକଙ୍କୁ ଉଦ୍ଦାର କରାଯାଇପାରିବ ସେନେଇ ମକ ଡି୍ରଲ୍ କରାଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ମଧୁପୁର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।
Related Posts
About The Author