ରବିବାର ଠାରୁ ଭୁବନେଶ୍ୱରରେ ଟ୍ରେନ୍‌ସେବା ସ୍ୱାଭାବିକ ହେବ : ପୂର୍ବତଟ ରେଳବାଇ

Spread the love

 ଭୁବନେଶ୍ୱର,୫/୫ (ସନ୍ଧାନ ନିୟୁଜ) ଘୂର୍ଣ୍ଣିବାତ୍ୟା ‘ଫନି’ ପୁରୀ ଠାରେ ସ୍ଥଳଭାଗକୁ ପ୍ରବେଶ କରିବା କାରଣରୁ ଏଠାରେ ରେଳସେବା ବ୍ୟାହତ ହୋଇଥିଲା। ରବିବାର ଠାରୁ ଭୁବନେଶ୍ୱରରେ ଟ୍ରେନ୍‌ସେବା ସ୍ୱାଭାବିକ ହେବ ବୋଲି ପୂର୍ବତଟ ରେଳବାଇ ଘୋଷଣା କରିଛି। ପୂର୍ବତଟ ରେଳବାଇ ଟୁଇଟ୍‌କରି କହିଛି: ଆସନ୍ତାକାଲି ମେ ୫ ତାରିଖ ଠାରୁ ଭୁବନେଶ୍ୱରରୁ ରେଳ ଚଳାଚଳ ସ୍ୱାଭାବିକ ହେବ। ଭୁବନେଶ୍ୱରରୁ ରେଳ ଚଳାଚଳ ଆରମ୍ଭ କରିବ।ବାତ୍ୟା ବିଧ୍ୱଂସ୍ତ ରାଜ୍ୟରେ ପୂର୍ବତଟ ରେଳବାଇ ୨୪ ଘଣ୍ଟାରୁ କମ୍‌ସମୟରେ ସେବା ଆରମ୍ଭ କରିଛି। କିନ୍ତୁ, ଯୋଡ଼ି ଟ୍ରେନ୍‌ଉପଲବ୍ଧ ନ ଥିବାରୁ ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ୍‌ଏବଂ ବିଶାଖାପାଟଣା ଇଣ୍ଟରସିଟି ଏକ୍ସ୍‍ପ୍ରେସ୍‌ରବିବାର ଦିନ ଚଳାଚଳ ଆରମ୍ଭ କରି ପାରିବ ନାହିଁ।ରବିବାର ଠାରୁ ଭୁବନେଶ୍ୱରରୁ ପ୍ରଶାନ୍ତି ଏକ୍ସ୍‍ପ୍ରେସ୍‌, ବିଶାଖା ଏକ୍ସପ୍ରେସ୍‌, ରାଜଧାନୀ ଏକ୍ସପ୍ରେସ୍‌, କୋଣାର୍କ ଏକ୍ସ୍‍ପ୍ରେସ୍‌ଏବଂ ହୀରାଖଣ୍ଡ ଏକ୍ସ୍‍ପ୍ରେସ୍‌ଯାତ୍ରା ଆରମ୍ଭ କରିବ।ପୁରୀ, ଭୁବନେଶ୍ୱର, କଟକ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଶୁକ୍ରବାର ଦିନ ବ୍ୟାପକ କ୍ଷୟକ୍ଷତି କରିବା ପରେ ଅବପାତରେ ପରିଣତ ହୋଇ ମେ ୪ ତାରିଖ ଦିନଘୂର୍ଣ୍ଣିବାତ୍ୟା ‘ଫନି’ ବାଂଲାଦେଶ ଆଡ଼କୁ ଚାଲିଯାଇଛି।

Related Posts

About The Author

Add Comment