ଯାଜପୁର, ୨୫/୦୯/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି ପ୍ରଳୟଙ୍କରୀ ବନ୍ୟାରେ ବାସହରା ହୋଇପଡ଼ିଥିବା ରବିନ୍ଦ୍ରଙ୍କ ନିକଟରେ ସରକାରୀ ସହାୟତା ସାତ ସପନ ପାଲଟିଥିବା ଦେଖିବାକୁ ମିଳିଚି । ଯାଜପୁର ସଦରଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତର ଖଣ୍ଡାସ ଗ୍ରାମର ବନ୍ୟାବିପନ୍ନ ରବିନ୍ଦ୍ର ମହାନ୍ତିଙ୍କ ପରିବାର ବିଜୁଯୁବବାହିନୀ ଘରେ ଆଶ୍ରୟ ନେଇଥିବା ବେଳେ ସରକାରଙ୍କ ଦୃଷ୍ଟି ଗୋଚର କିପରି ନହେଲା ତାହା ବଡ଼ ପରିତାପର ବିଷୟ । ଘଟଣାରୁ ପ୍ରକାଶ ଯେ, ଏହି ଗରିବ ରବିନ୍ଦ୍ର ବ୍ରହ୍ମବରଦା ବଜାରରେ ଆଖୁ ରସ ବେପାର କରି ନିଜର ପରିବାର ଚଳାଉଥିବା ବେଳେ, ପ୍ରଳୟଙ୍କରୀ ବନ୍ୟାରେ ତାଙ୍କର ଦୁଇଟି ମାଟିଘର ନଷ୍ଟ ହୋଇଯାଇଥିବା ବେଳେ, କୋଠାଘରଟି ଏହି ବନ୍ୟାରେ ଫାଟିଯାଇଚି । ଏହି ଭଙ୍ଗାଘରେ ରବିନ୍ଦ୍ର ନରହି ଏହି ବିଜୁଯୁବବାହିନୀ ଗୃହରେ ରହୁଥିଲା । ଗରିବ ରବିନ୍ଦ୍ରଙ୍କୁ ରିଲିଫ ସାମଗ୍ରୀ ଜରିପାଲ ଏବଂ ରିଲିଫ ମିଳିଥିବା ବେଳେ, ରବିନ୍ଦ୍ର ଚାହିଁବସିଛନ୍ତି ସରକାରୀ ସୟାୟତା ପାଇଁ । ଜଣେ ବଦନ୍ୟ ବକ୍ତିଙ୍କ ସାହାଯ୍ୟରେ ଘରଟି ମରାମତି କରାଯାଉଥିବା ବେଳେ ଘରଟି ତିଆରି ସରିଯିବାପରେ ରବିନ୍ଦ୍ର ନିଜଘରକୁ ଯିବାପାଇଁ ଚାହିଁବସିଛି । ବ୍ଲକ୍ ପ୍ରଶାସନ ପକ୍ଷରୁ ରବିନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇଦେବାପାଇଁ ସାଧାରଣରେ ଦାବି କରାଯାଉଚି ।
ରବିନ୍ଦ୍ରଙ୍କ ପାଖରେ ସରକାରୀ ସହାୟତା ସାତ ସପନ
|
September 25, 2020 |


