ମୁମ୍ବାଇ, ୨୬/୧୨ (ସନ୍ଧାନ ନିୟୁଜ): ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ, ସିନେମା ନିର୍ଦ୍ଦେଶକ ଫରହା ଖାଁ ଓ ହାସ୍ୟାଭିନେତ୍ରୀ ଭାରତୀ ସିଂଙ୍କ ନାମରେ ପଞ୍ଜାବର ଅଜନାଲା (ଅମୃତସର)ରେ ମାମଲା ରୁଜୁ ହୋଇଛି। ଏକ ସୋ’ ଚାଲିଥିବା ସମୟରେ ଲୋକମାନଙ୍କ ଧାର୍ମୀୟ ଭାବନାକୁ ଏହି ତିନିଜଣ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।
ଖ୍ରୀଷ୍ଟମାସରେ ପ୍ରସାରିତ ଏକ କମେଡି କାର୍ଯ୍ୟକ୍ରମରେ ଅଭିନେତ୍ରୀ ରବିନା ଟଣ୍ଡନ, ସିନେମା ନିର୍ଦ୍ଦେଶକ ଫରହା ଖାଁ ଓ ହାସ୍ୟାଭିନେତ୍ରୀ ଭାରତୀ ସିଂ ଇସାଇ ଧର୍ମକୁ ନେଇ ବ୍ୟବହାର କରିଥିବା ଶବ୍ଦକୁ ଲୋକମାନେ ନାପସନ୍ଦ କରିଛନ୍ତି। ଅଭିଯୋଗକାରୀ ସର୍ଶାଇଛନ୍ତି ଏହି ତିନିଜଣ ତାରକା ଇସାଇ ଧର୍ମର ଅପମାନ କରିଛନ୍ତି। ଅଜନାଲା (ଅମୃତସର) ପୋଲିସ ଏହି ଭିଡିଓ ଯାଞ୍ଚ କରିବା ପରେ ତିନିଜଣଙ୍କ ନାମରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୨୯୫-ଏରେ ମାମଲା ରୁଜୁ କରାଯାଇଛି।



