କଳାବାଡ଼ିଆ, 11.12.2020 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ମୟୂରଇଂଜ ଜିଲା ବାଙ୍ଗିରିପୋଷି ବ୍ଲକର ଦେଇ ଯାଇଥିବା୧୮ ନମ୍ବର ଜାତୀୟ ରାଜପଥରେ ଏକ ଗଳାପୋଲ ନିର୍ମାଣଧୂନ ରହିଛି। ହରିୟାନାର ଏକକମ୍ପାନୀ ଉକ୍ତ ଜାତୀୟ ରାଜପଥର କୁଳାବାଡିଆ ଓ କୁଳିଅଣା ଠାରେ ଗଳାପୋଲ ନିର୍ମାଣକାର୍ଯ୍ୟ ପାଇଁ ଅନୁବନ୍ଧିତ ହୋଇଛି। ପୋଲରେ ନରବଳୀ ପାଇଁ କିଛି କର୍ମଚାରୀ ପିଲା ଚୋରିଉଦ୍ୟମ କରୁଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଫଳରେ ବାଙ୍ଗିରିପୋଷି ପୁଲିସଜଣେ କମ୍ପାନୀ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଙ୍ଗିରିପୋଷି ଥାନାଅଧୁକାରୀ ଦୟାନିଧୁ ଦାସ ୨୦୩/ ୨୦ରେ ଏକ ମାମଲା ରୁଜୁକରିଥିଲେ। ଅନ୍ୟପକ୍ଷେଖବର ପାଇ ଡିଏସପି ଯଦୁନାଥ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହଅଭିଯୁକ୍ତ କମ୍ପାନୀର କର୍ମଚାରୀଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲେ।
ରବଳିପାଇଁ ପିଲା ଚୋରି ଅଭିଯୋଗ, ଜଣେ ଗିରଫ
|
December 11, 2020 |