*୪୫୨ ବର୍ଷର ଇତିହାସରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା ଗଡିନଥିଲା ରଥ ।*
*୧୫୬୮ରୁ ୧୫୭୭ ଖ୍ରୀଷ୍ଟାବ୍ଦ ଯାଏଁ ବନ୍ଦ ଥିଲା ପୁରୀରେ ରଥଯାତ୍ରା । କଳାପାହାଡ ଆକ୍ରମଣ ଯୋଗୁଁ ଚିଲିକା ନିକଟରେ ପାତାଳି ଥିଲେ ଶ୍ରୀଜିଉ*
*ସେହିପରି ୧୬୦୧ ଶ୍ରୀଷ୍ଟାବ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ରହିଥିଲା । ମିର୍ଜା ଖୁରୁମ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସେହି ସମୟରେ କପିଳେଶ୍ୱର ଶାସନ ଗାଁରେ ଅବସ୍ଥାନ କରୁଥିଲେ ବିଗ୍ରହ ।*
*୧୬୦୭ ଖ୍ରୀଷ୍ଟାବ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ରହିଥିଲା । ସୁବେଦାର ହାସିମ ଖାନ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ।*
*୧୬୦୮ ଖ୍ରୀଷ୍ଟାବ୍ଦ ବାହୁଡ଼ା ବିଜେରେ ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ଶ୍ରୀଜିଉ ।*
*ସେହିପରି ୧୬୧୧ ଖ୍ରୀଷ୍ଟାବ୍ଦରେ ହୋଇପାରିନଥିଲା ମହାପ୍ରଭୁଙ୍କ ରଥଯାତ୍ରା । କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଉପରେ ବର୍ବର ଆକ୍ରମଣ କରିଥିଲା । ସେହି ସମୟରେ ଠାକୁର ମାନଙ୍କୁ ଜଳପଥରେ ଚିଲିକାର ଚକାନାସି ସ୍ଥାନାନ୍ତର କରାଯାଇଥିଲା ।*
*ଏବଂ ୧୬୧୭ ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ୍ଲ ୨ୟ ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ୧୬୧୭ ଖ୍ରୀଷ୍ଟାବ୍ଦରେ ମଧ୍ୟ ରଥଯାତ୍ରା ହୋଇପାରିନଥିଲା ।*
*୧୬୨୧ ଖ୍ରୀଷ୍ଟାବ୍ଦରେ ସୁବେଦାର ଅହମ୍ମଦ ବେଗ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ଆଗାମୀ ୨ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା । ସେତେବେଳେ ଶ୍ରୀଜିଉଙ୍କୁ ଅନ୍ଧାରୀ ଘରକୁ ସ୍ଥାନାନ୍ତର କରାଯାଇଥିଲା ।*
*୧୬୯୨ ଖ୍ରୀଷ୍ଟାବ୍ଦରେ ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ୧୬୯୨ରୁ ୧୭୦୭ ଯାଏଁ ୧୫ ବର୍ଷ ଧରି ଶ୍ରୀଜିଉ ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ । ୧୫ ବର୍ଷରୁ ୧୩ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା ।*
*ସେହିପରି ୧୭୭୧ ଖ୍ରୀଷ୍ଟାବ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ହୋଇପାରିନଥିଲା ମହାପ୍ରଭୁଙ୍କ ରଥଯାତ୍ରା । ଏହିପରି ଭାବେ ୪୫୨ ବର୍ଷର ଇତିହାସରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା*