ରଣେଷଣ୍ଢ ମନ୍ଦିର ପ୍ରାଙ୍ଗଣରେ ଏକ ବିଶାଳ ମାତୃଶକ୍ତି ସମ୍ମିଳନୀ ଅନୁଷ୍ଠିତ ।

Spread the love
କଟକ,: ୪/୨/୨୬ (ସନ୍ଧାନ ନ୍ୟୁଜ)  ମୌଜା ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟିର ମିଳିତ ସହଯୋଗରେ ଗ୍ରାମର ଅଧିକାରୀ  ଚିନ୍ମୟ ଦେବତା ଓ ମହନ୍ତ ଦୁଷ୍ମନ୍ତ କୁମାର ନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଝିଙ୍କିରିଆ ଗ୍ରାମର ଶହସ୍ରାଧିକ ମହିଳାମାନଙ୍କୁ ନେଇ ପବିତ୍ର ରଣେଷଣ୍ଢ ମନ୍ଦିର ପ୍ରାଙ୍ଗଣରେ ଏକ ବିଶାଳ ମାତୃଶକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିଳାମାନଙ୍କ ବିଭିନ୍ନ ପ୍ରକାରର ମୌଳିକ ସମସ୍ୟା ଯଥା ସ୍ୱାସ୍ଥ୍ୟ, ବିଦ୍ୟୁତ୍,ପାଣି ଏବଂ ରାସ୍ତାଘାଟ ଭଳି ଅନେକ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା ।ଏହି ବିଶାଳ ସମାବେଶରେ ସ୍ଥାନୀୟ ସରପଞ୍ଚ ମହୋଦୟ,ସମାଜସେବୀ,ବ୍ଲକ୍ ପିଇଓ ଏବଂ ଅନେକ ବୁଦ୍ଧିଜୀବୀ ମାନେ ସାମିଲ ହେବା ସହିତ ପ୍ରସାଦ ସେବନ କରି ପ୍ରଭୁଙ୍କ ଦିବ୍ୟ କୃପା ଲାଭ କରିଥିଲେ ।ପରେ ପରେ ଝିଙ୍କିରିଆ ନଦୀପଠା ନିକଟରେ ରଣେଷଣ୍ଢ ମହାବୀର ବନ୍ୟ ପ୍ରକଳ୍ପ ନାମରେ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାତୃଶକ୍ତିମାନଙ୍କର କରକମଳରେ ଶୁଭାରମ୍ଭ କରାଯାଇଥିଲା ।ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ କମିଟିର ବରିଷ୍ଠ ସଦସ୍ୟ ନରହରୀ ଦେବତା, ଅଶୋକ ଦେବତା,ଆନନ୍ଦ ଦେବତା, ସୁଶାନ୍ତ ଦେବତା,ଅଲେଖ ଚନ୍ଦ୍ର ଦେବତା, ବିଶ୍ଵଜିତ୍ ଦେବତା,କାଳନ୍ଦୀ ଦେବତା, କୃଷ୍ଣ ଦେବତା,ଜଗନ୍ନାଥ ସାହୁ,ଟୁଲୁ ସାହୁ, ସୁମନ୍ତ ନନ୍ଦ,ଲକ୍ଷ୍ମୀଧର ସାହୁ,ଧୃବ ଚରଣ ନନ୍ଦ,ସୁନିଲ ସାହୁ,ହାପି ବେହେରା ପ୍ରମୂଖ ସହଯୋଗ କରିଥିଲେ

Related Posts

About The Author

Add Comment