ରଣପୁରରେ ସଡ଼କ ସୁରକ୍ଷା ସଚେତନତା

Spread the love

ନୟାଗଡ଼,୧୭ /୦୧/୨୦୨୦ (ସନ୍ଧାନ ନିଉଜ/ଶିବପ୍ରସାଦ ସାହୁ): ଜିଲ୍ଲା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଆଜି ରଣପୁରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଉପଜିଲ୍ଲାପାଳ ତଥା ଆଂଚଳିକ ପରିବହନ ଅଧିକାରୀ ଲଗ୍ନଜିତ ରାଉତ, ରଣପୁର ଥାନା ଅଧିକାରୀ ରଶ୍ମୀ ରଂଜନ ଦାସ, ଆଇନଜୀବୀ ଦିଲ୍ଲୀପ କୁମାର ନନ୍ଦ ପ୍ରମୂଖ ଯୋଗ ଦେଇଥିଲେ । ଭଗବତୀ ମୋର୍ଟର ଏବଂ ଆଂଚଳିକ ପରିବହନ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା କରାଯାଇ ସରକାରଙ୍କ ଦ୍ୱାରା ସଡ଼କ ସୁରକ୍ଷାର ନୂଆ ନିୟମ ବିଷୟରେ ସଚେତନତା କରାଯାଇଥିଲା । ଏହି ଅବସରରେ ଏକ ସଭା ଆୟୋଜନା କରାଯାଇଥିବା ଜଣାପଡ଼ିଛି ।

Related Posts

About The Author

Add Comment