ରଜ ପରେ ପ୍ରକାଶ ପାଇବ ଯୁକ୍ତ୨ କଳା, ବାଣିଜ୍ୟ ଫଳାଫଳ
ଭୁବନେଶ୍ୱର,୧୪/୬ (ସନ୍ଧାନ ନିୟୁଜ) ରଜ ପରେ ଯୁକ୍ତ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଆସନ୍ତା ୧୭ କିମ୍ବା ୧୮ତାରିଖରେ ରେଜଲ୍ଟ ବାହାରିବ ବୋଲି ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୩ତାରିଖରେ ଚଳିତବର୍ଷର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ୯ କଲେଜର ରେଜଲ୍ଟ ଶୂନ ରହିଥିବା ବେଳେ ୨୯ କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିଲା। ଚଳିତବର୍ଷ ପାସ୍ ହାର ୭୨.୩୩ ପ୍ରତିଶତ ରହିଛି, ଯାହାକି ଗତବର୍ଷ ତୁଳନାରେ ୪.୬୫% କମ୍। ତେବେ କଳା ଓ ବାଣିଜ୍ୟରେ ଫଳାଫଳ କ’ଣ ହେବ, ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା।
Related Posts
About The Author