ରଜ କୁଇନର ଫାଇନାଲ ରାଉଣ୍ଡରେ ନିହାରୀକା

ଭଦ୍ରକ, ୧୭/୫ (ସନ୍ଧାନ ନିୟୁଜ) ଚଳିତ ୨୦୧୯ ମସିହା ଜି. ସାର୍ଥକର ରଜକୁଇନ ନିମନ୍ତେ ଅଡ଼ିସନ ସରିଥିବା ବେଳେ ଏହି ପ୍ରତିଯୋଗୀତାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୫୦ ପ୍ରତିଯୋଗୀ ଭାଗ ନେଇଥିଲେ । ଇତି ମଧ୍ୟରେ ୩ୟ ରାଉଣ୍ଡ ସରିଥିବା ବେଳେ ୧୨ ଜଣ ପ୍ରତିଯୋଗୀଙ୍କୁ ବିଚାରକମାନେ ବାଛିଛନ୍ତି । ଏଥିରେ ଭଦ୍ରକ ଚରମ୍ପା ଅଞ୍ଚଳର ପିତା ୰ ଜୀତେନ୍ଦ୍ର ଦାଶ ଓ ମାତା ଗୀତାଞ୍ଜଳି ଦାଶଙ୍କ ଏକମାତ୍ର କନ୍ୟା ନିହାରୀକା ସ୍ଥାନ ପାଇବିଚାରକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ।

ନିହାରୀକା ନୃତ୍ୟ, ସଙ୍ଗୀତ, ଅଭିନୟ, ସାଧାରଣଜ୍ଞାନ ଆଦି କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରି ବିଚାରକ ଅଭିନେତା ଦୀପକ ବାରିକ, ରୁଦ୍ରନାରାୟଣ, ଅଭିନେତ୍ରୀ ଲିପ୍ସା ମିଶ୍ର, ଜୀନା ସାମଲଙ୍କ ଦ୍ୱାରା ପ୍ରଶଂସିତ ହୋଇ ଗୋଲପ ପୁଷ୍ପ ସମେତ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କୁମାରୀ ଦାଶ ବର୍ତ୍ତମାନ ଭୁବନେଶ୍ୱର ଯଶସ୍ୱୀ ଫିଲ୍ମି ସ୍କୁଲରେ ଅଧ୍ୟୟନ କରୁଛନ୍ତି । ସେ ପୂର୍ବରୁ ଭଦ୍ରକ ମହୋସôବ, ଭଦ୍ରକ ବାଣିଜ୍ୟ ମେଳା, ପଲ୍ଲୀଶ୍ରୀ ମେଳା, ଆଗରପଡ଼ା ମହୋସôବ ଆଦି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇସାରିଛନ୍ତି । ସେ ଭଜନ ଆଲବମ ତୁଳସି ମାଳା, ଓ ଚକାତନୟନରେ ନିଖୁଣ ଅଭିନୟ କରିଛନ୍ତି । ଓଡ଼ଶୀ ନୃତ୍ୟ ଗୁରୁ ଦେବେନ୍ଦ୍ର ସେଠୀ, ଆଧୁନିକ ନୃତ୍ୟ ଗୁରୁ ପୀତାମ୍ବର ରେଡ଼ିଙ୍କ ଠାରୁ ଏବେ ସେ ଶିକ୍ଷା ଗ୍ରହଣ ଚାଲୁ ରଖିଛନ୍ତି ।
Related Posts
About The Author