ରଜ୍ୟ ନିର୍ବାଚନ କମିଶନ ପଂଚାୟତ ନିର୍ବାଚନ ସମୀକ୍ଷା କଲେ

Spread the love

ଯାଜପୁର ସଦର ୧୦/୧/୨୬  (ସନ୍ଧାନ ନ୍ୟୁଜ) : ରାଜ୍ୟ ନିର୍ବାଚନ କମିସନ ପଂଚାୟତ ନିର୍ବାଚନ ସମୀକ୍ଷା କରିଥିବା ବେଳେ, ନିର୍ବାଚନ କମିଶନର ମଧୁସୁଦନ ପାଢ଼ୀ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହିତ ଆଗାମୀ ପାଂୟତର ନିର୍ବାଚନକୁ ଆଖିଆଗରେ ରଖି ଏହି ସମୀକ୍ଷା କରାଯାଇଥିଲା । ସମୀକ୍ଷା ବୈଠକରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦାନ କରିଥିବା ବେଳେ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବି ପ୍ରଶାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଂଜନ ଦେହୁରୀ, ଯାଜପୁର ପୌରପରିଷଦର ଅଧିକାରୀ ପାଂୟତ ଅଧିକାରୀ, ଯାଜପୁର ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହିଥିବା ବେଳେ, କମିଶନ ଜିଲ୍ଲା ଜନସଂଖ୍ୟା ସରପଂଚ, ନୋମିନ, ୱାର୍ଡ଼ମେମ୍ବର, ଜିଲ୍ଲାପରିଷଦ, ନିର୍ବାଚନ ପ୍ରତିନିଧିଙ୍କ ସୂନ୍ୟସ୍ଥାନ ବାଲାଟ ବାକ୍ସ ମହଜୁତ, ବୁଥ ସଂଖ୍ୟା ସମୀକ୍ଷା କରାଯାଇଥିଲା । ଗତ ୨୦୨୨ ପଂଚାୟତ ନିର୍ବାଚନ ବେଳେ, ଏହି ଜିଲ୍ଲାରେ ଥିବା ଅସ୍ଥାୟୀ ବୁଥ ସମ୍ବେଦନଶୀଳ ବୁଥ ମଧ୍ୟରେ ଆଲୋଚନା କରାଯାଇଥିଲା । ଆଗାମୀ ପୌର ନିର୍ବାଚନ ପାଇଁ ମଧ୍ୟ ଏହି ସମୀକ୍ଷାରେ ଆଲୋଚନା କରାଯାଇଥିଲା ।

Related Posts

About The Author

Add Comment