ରଘୁନାଥପୁରରେ କରୋନା ସଚେତନତା ସୃଷ୍ଟି କଲେ ଥାନାଧିକାରୀ

Spread the love

ଜେନାପୁର, ୦୪/୦୪ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ପଂଚାୟତ ଅନ୍ତର୍ଗତ ରଘୁନାଥପୁରଠାରେ ଆଜି ଜେନାପୁର ଥାନାଧିକାରୀ କରୋନା ସରେତନତା ସୃଷ୍ଟି କରିବା ସହିତ ସେଠାରେ ବାହାରୁ ଆସି କେହି ରହିଛନ୍ତି କି ନାହିଁ ତାର ତଦାରଖ କରି ଫେରିଥିବା ଜଣାଯାଇଛି । ଆଜି ସକାଳେ ଉକ୍ତ ଗାଁରେ ଥିବା ମୁସଲିମ ବସ୍ତିରେ ପହଞ୍ଚ୍ର ଘର ଘର ବୁଲି କେହି ସନ୍ଦିଗ୍ଧ ରୋଗି ଅଛନ୍ତି କି ନାହିଁ ପଚାରି ବୁଝିଥିଲେ । ତେବେ ସେଭଳି କୌଣସି ସୁଚନା ତାଙ୍କର ହସ୍ତଗତ ହୋଇନଥିଲା । ଏହି ମୁସଲିନ ବସ୍ତିରେ ବାହାରୁ କିଛି ଲୋକ ଆସି ରହିଥିବା ସାଧାରଣରେ ଅଲୋଚନା ସୁଣିବାକୁ ମିଳିଥିଲା । କାଳ ବିଳମ୍ବ ନକରି ଶ୍ରୀ ଦାସ ସେଠାରେ ପହଞ୍ଚô ତାର ତଦାରଖ କରିବା ପରେ ସେଠାରେ ସଚେତନ ନାଗରିକ ମଞ୍ଚ ସହାୟତାରେ ଗୀତ ସଂଗୀତ ମାଧ୍ୟମରେ ଲୋକମାନଙ୍କୁ କରୋନାର ଭୟାବହତା ସମ୍ପର୍କରେ ଅବଗତ କରାଇଥିଲେ । ଯେ କୌଣସି ପରିସ୍ଥିତିରେ ଭାଇଚାରା ବଜାୟ ରଖି ପରିସ୍ଥିତିର ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ । ନିହାତି ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ବାରଣ କରିଥିଲେ । ଏଥି ସହିତ ସଙ୍ଘରୋଧ ନିୟମକୁ ମାନି ପରସ୍ପର ଠାରୁ ଏକ ମିଟର ଦୁରତା ବଜାୟ ରଖିବାକୁ ନିବେଦନ କରିଥିଲେ । ପରେ ଦୁଇଟି ବୋଲେଲୋ ଗାଡିରେ ସଦଳବଳ ଏଣ୍ଡଳବା ପଂଚାୟତକୁ ଯାଇ ସେଠାରେ ଗାଁ ଗାଁ ବୁଲି କେହି ବାହାରୁ ଆସି ଲୁଚିଛପି ରହିଛନ୍ତି କି ନାହିଁ ତାର ତଦାରଖ କରିଥିଲେ । ଯଦି କେହି ସେପରି ଲୋକ ରହିଛନ୍ତି ତେବେ ସେମାନେ ତୁରନ୍ତ ନିଜର ନାମ ରେଜଷ୍ଟ୍ରେସନ କରାଇ କୋରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ । ସଙ୍ଘରୋଧ ନିୟମ ଭଙ୍ଗ କରୁଥିବା ଲୋକମାନଙ୍କୁ ଯୋର କରି କୋରେଣ୍ଟାଇନରେ ରଖାଯିବ ବୋଲି ଚେତାଇ ଦେଇଥିଲେ । ଢେଙ୍କାନାଳ ସୀମାରେ ଲକଡାଉନ ପରିସ୍ଥିତିର ସମିକ୍ଷା କରିିଥିଲେ ।

Related Posts

About The Author

Add Comment