ସୁକିନ୍ଦା /୩୦/୦୮/(ସନ୍ଧାନ ନିୟୁଜ)(ସାଗରୀକା ଦଳାଇ) ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଡୁବୁରୀ ଛକ ଠାରେ କଳିଙ୍ଗନଗର ଚାମ୍ବର ଅଫ୍ କମର୍ସ, ସୁକିନ୍ଦା ପ୍ରେସ କ୍ଲବ, କଳିଙ୍ଗନଗର ପୋଲିସ, ଆୟୋଜକ ଚକାଡୋଳା ଲାଇଫ୍ ଲାଇନ୍ ମେଡିସିନ ଷ୍ଟୋର ର ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଥିବା ମେଗା ରକ୍ତଦାନ ଶିବିରରେ ରକ୍ତ ବନ୍ଧୁ, ଯାଜପୁର ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଶିବିର କୁ ଥାର୍ଡ଼ ବାଟାଲିୟନ କମାଣ୍ଡାଣ୍ଟ ୟାକୁବ ଖାନ୍, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁପ୍ରସନ୍ନ ମଲ୍ଲିକ, କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ସୁକିନ୍ଦା ପ୍ରେସ କ୍ଲବ ସଭାପତି ବିଶ୍ଵଜିତ ନାୟକ, ସୁକିନ୍ଦା ବ୍ଲକ ପୂର୍ବତନ ଅଧ୍ଯକ୍ଷ ବିଶ୍ଵଜିତ ଦାସ,ଟାଟା ମେଡ଼ିକା ହସ୍ପିଟାଲ୍ ସିଇଓ ଡା. ସନ୍ତୋଷ କୁମାର ପାଣ୍ଡେ, ଡା ସୁଧାଂଶୁ ଶେଖର ସୁତାର ପ୍ରମୁଖ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ କବାଟବନ୍ଧ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ରକ୍ତ ବନ୍ଧୁ ଯାଜପୁରକୁ ସମ୍ବର୍ଦ୍ଧିତ କରାଯାଇଛି। ରକ୍ତ ଆବଶ୍ୟକତା ପୂରଣ କରିବା ପାଇଁ ରକ୍ତ ବନ୍ଧୁ ଯାଜପୁର ର ସଦସ୍ୟ ମାନେ ନିଜକୁ ସମର୍ପିତ କରି କାର୍ଯ୍ୟ କରୁଛନ୍ତି। ଅନୁଷ୍ଠାନ ର ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ତ ବନ୍ଧୁ, ଯାଜପୁର ର ଆବାହକ ସାମ୍ବାଦିକ ବସନ୍ତ କୁମାର ମଲ୍ଲିକ, ଅସିତ କୁମାର ନାୟକ, ସନାତନ ମଲ୍ଲିକ, କାଳିଆ ରାଉତ, ବୁବୁନା ମଲ୍ଲିକ, ମାୟାଧର ଦାସ, କାବୁଲା ବେହେରା ପ୍ରମୁଖ ଉପସ୍ଥିତ ରହି ମାନପତ୍ର ଗ୍ରହଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଆବାହକ ବସନ୍ତ କୁମାର ମଲ୍ଲିକ କଳିଙ୍ଗ ନଗର ଚାମ୍ବର୍ସ ଅଫ କମର୍ସ ଏବଂ ଚକାଡୋଳା ଲାଇଫ ଲାଇନକୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହା ଆମ ପାଇଁ ଆଗାମୀ ଦିନରେ କାମ କରିବାକୁ ପ୍ରେରଣାର ଉତ୍ସ ହେବ ବୋଲି ରକ୍ତ ବନ୍ଧୁ ଯାଜପୁର ର ସଦସ୍ୟ ମାନେ କହିଛନ୍ତି।
ରକ୍ତବନ୍ଧୁ ଯାଜପୁରକୁ କଳିଙ୍ଗ ନଗର ରେ ସମ୍ବର୍ଦ୍ଧନା।
|
August 30, 2025 |



