ଯୋଡାରେ ୫ ମିନିଟର ପ୍ରଳୟ, ଉପୁଡିଲା ଶହେ ବର୍ଷର ଅଶ୍ୱସ୍ତ ବୃକ୍ଷ

Spread the love

ଯୋଡା, ୦୪/୦୬/୨୦ (ସନ୍ଧାନ ନିଉଜ) : ଗୁରୁବାର ଅପରାହ୍ନ ୫ଟା ସମୟରେ ୫ ମିନିଟ ପାଇଁ ଯୋଡା ସହରରେ ଏକ ପ୍ରଳୟ ଦେଖିବାକୁ ମିଳିଥିଲା । ଏହି ସମୟରେ ଖୁବ୍ ଜୋରରେ ବର୍ଷା ସାଙ୍ଗକୁ ପବନ, ବିଜୁଳି, ଘଡବଡି ସହ ଦଲକାଏ ପବନ ଯୋଡା ପୌରାଞ୍ଚଳରେ ପ୍ରଳୟ ରଚିଥିଲା । ଅଧିକାଂଶ ଟିଣ ଛପର ଘରର ଟିଣ ଉଡିଯିବା ସହ ବିଜୁଳି ଖୁଣ୍ଟ ଭାଙ୍ଗି ପଡିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ମାନ ଉପୁଡିପଡିଥିବାର ଖବର ମିଳିଥିବା ବେଳେ ଯୋଡା ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଏକ ଶହେ ବର୍ଷରୁ ଉର୍ଦ୍ଧ ପୁରୁଣା ଅଶ୍ୱସ୍ତ ଗଛ ଉପୁଡିପଡିବା ଫଳରେ ୫୨୦ନଂ ଜାତୀୟ ରାଜପଥକୁ ଯୋଡା ଦେଇ ସଂଯୋଗ କରିଥିବା ରାଜ୍ୟରାଜପଥଟି ଅବରୋଧ ହୋଇପଡିଥିଲା । ଏହି ରାସ୍ତାରେ ଦେଇ ଯାତାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଏହି ପ୍ରଳୟ ଯୋଗୁଁ ବିଭିନ୍ନ ସ୍ଥାନରେ ବିଜୁଳି ଖୁଣ୍ଟ ଉପୁଡି ପଡିଥିବାରୁ ବିଜୁଳି ସରବରାହ ବନ୍ଦ ରହିଛି । ଅଶ୍ୱସ୍ତ ଗଛ ତଳେ ଗୋଟିଏ ସ୍କୁଟି ଏବଂ ଗୋଟିଏ ମୋଟରସାଇକେଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ମୃତାହତର କୌଣସି ଖବର ମିଳିନାହିଁ ।

Related Posts

About The Author

Add Comment